17,000 NDPS case: କୋର୍ଟରେ ଗଡ଼ୁଛି ୧୭ ହଜାରରୁ ଅଧିକ ଏନ୍ଡିପିଏସ୍ ମାମଲା: ନିଶାନିବାରଣ କେନ୍ଦ୍ରରେ ୪୮ ହଜାର ଯୁବକଯୁବତୀ
"ଭୁବନେଶ୍ବର: ରାଜ୍ୟକୁ ନିଶାମୁକ୍ତ କରାଯିବ।
ସ୍କୁଲ୍, କଲେଜ୍ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଆଖାପଖରେ ନିଶା ଦ୍ରବ୍ୟ ବିକ୍ରି କରାଯିବ ନାହିଁ।
କ୍ୟାମ୍ପସ୍କୁ ନିଶା ମୁକ୍ତ ରଖାଯିବ।
ଏଥିପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନା ହେଉଛି।
ଶହେ ସପ୍ତାହର ନିଶା ନିବାରଣ ଅଭିଯାନ ପାଇଁ ବ୍ଲୁ-ପ୍ରିଣ୍ଟ ହେଉଛି।
ପୁଲିସଠାରୁ ଅବକାରୀ, ଏସ୍ଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି।
ଏହା ସତ୍ତ୍ବେ ମଧ୍ୟ ରାଜ୍ୟରେ ନିଶାକାରବାର ବଢ଼ିଚଲିଛି।
Advertisment Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ ଗତ ୨୦୨୪-୨୫ରେ ଓଡ଼ିଶାର ନିଶାମୁକ୍ତି କେନ୍ଦ୍ରରେ ୪୮, ୩୦୬ ଯୁବକ-ଯୁବତୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ଅଧିକାଂଶଙ୍କ ବୟସ ୧୮ରୁ ୩୦ ବର୍ଷମଧ୍ୟରେ।
ଖାଲି ଏତିକି ନୁହେଁ ଭୁବନେଶ୍ୱରରେ ହୋଇଥିବା ଏକ ଅଧ୍ୟୟନର ତଥ୍ୟ ଆହୁରି ଚିନ୍ତାଜନକ।
ତଥ୍ୟ ମୁତାବକ ରାଜଧାନୀର ୧୦ରୁ ୨୪ ବର୍ଷ ବୟସର ପ୍ରାୟ ୩୭ ପ୍ରତିଶତ ଯୁବକ-ଯୁବତୀ କୌଣସି ନା କୌଣସି ନିଶାଦ୍ରବ୍ୟ ସେବନ କରୁଛନ୍ତି।
ଏସବୁ ତଥ୍ୟକୁ ଅନୁଧ୍ୟାନ କଲେ ପ୍ରତିବର୍ଷ ନିଶା କାରବାର ସହ ନିଶା ମାଫିଆଙ୍କ ସଂଖ୍ୟା ବି ବଢ଼ିଚାଲିଛି।
ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସତ୍ୟବ୍ରତ ସାହୁ କହିଛନ୍ତି।, ନିଶା ସେବନ ବର୍ତ୍ତମାନ ଯୁବପୀଢ଼ୀଙ୍କ ମଧ୍ୟରେ ଏକ ଟ୍ରେଣ୍ଡ୍ ପାଲଟିଛି।
ସୋସିଆଲ ମିଡିଆ ସାହାଯ୍ୟରେ ସହଜରେ ନିଶାଦ୍ରବ୍ୟ ମିଳିଯାଉଛି।
ତେଣୁ ଦିନକୁ ଦିନ ଏହାର ବ୍ୟବହାର ସହ ମାମଲା ବଢ଼ିବଢ଼ି ଚାଲିଛି।
କିନ୍ତୁ ମାମଲା ପରିଚଳେନା ପାଇଁ ସ୍ବତନ୍ତ୍ର ଏନ୍ଡିପିଏସ୍ କୋର୍ଟ ନାହିଁ।
ନିଶା କବଳରେ ରାଜଧାନୀର ୩୭% ଯୁବବର୍ଗ ଏହାସହିତ ତଦନ୍ତ ଅଧିକାରୀଙ୍କ ବାରମ୍ବାର ବଦଳି ଓ ସାକ୍ଷୀଙ୍କ ଅସହଯୋଗ କାରଣରୁ ଅଦାଲତରେ ମାମଲା ଗଡ଼ି ଚାଲିଛି।
ସବୁଠୁ ଉଦ୍ବେଗର ବିଷୟରେ ନିଶା ବ୍ୟବସାୟୀ ଓ ମାଫିଆ ସହଜରେ ଖସିଯାଉଛନ୍ତି।
ରାଜ୍ୟରେ ପ୍ରାୟ ୧୭ ହଜାରରୁ ଅଧିକ ଏନ୍ଡିପିଏସ୍ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।
ଅର୍ଥାତ ଦିନକୁ ଦିନ କୋର୍ଟରେ ମାମଲା ସଂଖ୍ୟା ବଢ଼ିଚାଲିଛି।
ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନହେବାରୁ ମାମଲାର ବିଚାର ପ୍ରକ୍ରିୟା ଆଗକୁ ବଢ଼ିପାରୁ ନାହିଁ।
ଦୋଷୀ ସାବ୍ୟସ୍ତ ହାର ସେହି ଅନୁପାତରେ ବଢ଼ୁନାହିଁ ।
ସେମାନଙ୍କ ଘରେ ବୁଲ୍ଡୋଜର ବୁଲୁ କି ଗିରଫ କରାଯାଉ ବିଶେଷ ଫରକ ପଡ଼ୁନାହିଁ।
ଯାହା ଫଳରେ ଅଭିଯୁକ୍ତ ସହଜରେ ଜାମିନ ପାଇ ବିନା ଭୟରେ ପୁଣି ନିଶା ବ୍ୟବସାୟରେ ମାତିଯାଉଛନ୍ତି।
Heavy rain: କେରଳରେ ବର୍ଷା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।