17 Killed After Military Aircraft Crashes: ଆକାଶରେ ଜଳିଲା ବିମାନ, ତଳେ ଖସି ଭୟଙ୍କର ବିସ୍ଫୋରଣ; ୧୭ ଜଣଙ୍କର ମୃତ୍ୟୁ

Nov 18, 2026 - 12:10
17 Killed After Military Aircraft Crashes: ଆକାଶରେ ଜଳିଲା ବିମାନ, ତଳେ ଖସି ଭୟଙ୍କର ବିସ୍ଫୋରଣ; ୧୭ ଜଣଙ୍କର ମୃତ୍ୟୁ

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା।

ସାଇବେରିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ରୁଷୀୟ ସାମରିକ ପରିବହନ ବିମାନ AN-12 ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏଥିରେ ବିମାନରେ ଥିବା ସମସ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷିଆ ଗଣମାଧ୍ୟମ ଇଜଭେଷ୍ଟିଆ ପକ୍ଷରୁ ପ୍ରକାଶ ପାଇଛି।

Advertisment ସ୍ଥାନୀୟ ସମୟ ମଙ୍ଗଳବାର ରାତି ପ୍ରାୟ ୯ଟା ୩୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିବା ଆଞ୍ଚଳିକ ଗଭର୍ଣ୍ଣର ଇଲ୍ୟା ସେରେଡ୍ୟୁକ୍ ସୂଚନା ଦେଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହା ଏକ ଆଣ୍ଟୋନୋଭ୍ AN-12 ସାମରିକ ପରିବହନ ବିମାନ ଥିଲା।

ବିମାନଟି ସାଇବେରିଆର ନୋଭୋସିବିରସ୍କରୁ କ୍ରାସନୋୟାର୍ସ୍କ ଅଞ୍ଚଳର କାନ୍ସକ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ମେଡିକାଲ ଟିମ୍, ପୋଲିସ, ଜରୁରୀକାଳୀନ ସେବା ଏବଂ ନ୍ୟାସନାଲ ଗାର୍ଡର ଯବାନମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

ଅନ୍ୟପଟେ ବିମାନ ଦୁର୍ଘଟଣାର ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଥିବା ଦାବି କରାଯାଉଛି।

ଭିଡିଓରେ ରାତିରେ ଆକାଶରେ ବିଭାନଟି ଜଳୀଯାଇ ତଳକୁ ଖସୁଥିବାର ନଜର ଆସୁଛି।

ଏହାପରେ ଭୟଙ୍କର ବିସ୍ଫୋରଣ ହୋଇ ଚାରିଆଡେ ନିଆଁର ଆଲୋକ ଦେଖାଯାଉଛି।

ତେବେ ଏହି ଭିଡିଓର ସତ୍ୟତା ନେଇ ସ୍ପଷ୍ଟୀକରଣ ମିଳିନାହିଁ।

Advertisment ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା ନା ଅନ୍ୟ କୌଣସି କାରଣରୁ ଏଭଳି ଦୁର୍ଘଟଣା ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ମଧ୍ୟ ରୁଷିଆର ଦୂର ପୂର୍ବାଞ୍ଚଳରେ ଏକ TU-95 ସାମରିକ ବୋମାବର୍ଷୀ ବିମାନ ଟ୍ରେନିଂ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ୬ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ବିମାନଟି ଆମୁର ଅଞ୍ଚଳର ଏକ ଜନବସତି ନଥିବା ସ୍ଥାନରେ ଖସିପଡ଼ିଥିଲା।

ଜଣେ କ୍ରୁ ସଦସ୍ୟ ଜୀବିତ ଉଦ୍ଧାର ହୋଇଥିଲେ ମଧ୍ୟ ଆହତ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)