10 Senior IAS Officers Assigned 24-Hour Duty: ବାତ୍ୟା ‘ଅକ୍ୱାନ୍’ ପାଇଁ ହାଇଆଲର୍ଟ, ୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ
ବାତ୍ୟା 'ଅକ୍ୱାନ୍'କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ବଢ଼ାଯାଇଛି।
ଏଥିପାଇଁ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି।
Advertisment ରାଜ୍ୟ ଆପାତକାଳୀନ ଅପରେସନ୍ ସେଣ୍ଟର (SEOC)ରେ ଏହି ଅଧିକାରୀମାନେ ଡ୍ୟୁଟି କରିବେ।
ବାତ୍ୟା ସମ୍ପର୍କିତ ସମସ୍ତ ସୂଚନା ଉପରେ ନଜର ରଖିବା ସହ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବେ।
ଏହାସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସୁଗମ ପରିଚାଳନା ଏବଂ ଆବଶ୍ୟକୀୟ ପଦକ୍ଷେପର ମନିଟରିଂ ଦାୟିତ୍ୱ ମଧ୍ୟ ତୁଲାଇବେ।
୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଦେଓରଞ୍ଜନ କୁମାର ସିଂହ, ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ହେମନ୍ତ ଶର୍ମା, ବିଶାଳ କୁମାର ଦେବ, ଉଷା ପାଢ଼ୀ, ଚିତ୍ରା ଅରୁମୁଗମ୍, ସଞ୍ଜୟ ସିଂହ, ସଞ୍ଜୀବ ମିଶ୍ର, ସୁରେଶ କୁମାର ବଶିଷ୍ଠ ଓ ଭାସ୍କର ଜ୍ୟୋତି ଶର୍ମା।
Advertisment ବାତ୍ୟାର ଗତିପଥ, ପବନର ବେଗ ଓ ବର୍ଷାର ପ୍ରଭାବ ଉପରେ ନଜର ରଖିବା ସହ ଜିଲ୍ଲାସ୍ତରରେ ପ୍ରସ୍ତୁତିକୁ ତଦାରଖ କରିବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।
ବାତ୍ୟା ମୁକାବିଲାରେ ଯେପରି କୌଣସି ସମନ୍ୱୟ ଅଭାବ ନ ରହେ, ସେଥିପାଇଁ SEOCରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
