ୱେଟାରେ ପାକିସ୍ତାନୀ ସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟଙ୍କ ମୃତ୍ୟୁ

Oct 12, 2026 - 20:20
ୱେଟାରେ ପାକିସ୍ତାନୀ ସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟା ନିକଟରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ପାକିସ୍ତାନୀ ସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ଥିବା ଦୁଇ ଜଣ ସେନା ପାଇଲଟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ପାକିସ୍ତାନୀ ସେନାର ସାମରିକ ଜନସମ୍ପର୍କ ବିଭାଗ ପକ୍ଷରୁ ଏହି ଦୁଃଖଦ ଘଟଣା ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି।

ସେନାର ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ନ ସମୟରେ ପାକିସ୍ତାନ ଆର୍ମି ଏଭିଏସନ୍ର ଏକ ‘ମୁଶାକ୍‘ ଟ୍ରେନିଂ ବିମାନ ରୁଟିନ୍ ଉଡ଼ାଣରେ ଥିଲା। କ୍ୱେଟାର ନୱାନ୍ କିଲ୍ଲି ଅଞ୍ଚଳ ନିକଟରେ ଉଡ଼ୁଥିବା ସମୟରେ ବିମାନଟିରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ଏହା ନିୟନ୍ତ୍ରଣ ହରାଇ ତଳେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଉଛନ୍ତି ଇନଷ୍ଟ୍ରକ୍ଟର ପାଇଲଟ Major Husnain Shehzad Humayun ଏବଂ ଟ୍ରେନି ପାଇଲଟ Captain Abdul Samad। କାର୍ଯ୍ୟରତ ଅବସ୍ଥାରେ ଏହି ଦୁଇ ଜଣ ଦକ୍ଷ ପାଇଲଟଙ୍କ ଅକାଳ ବିୟୋଗ ପରେ ପାକିସ୍ତାନୀ ସେନା ଏବଂ ପ୍ରତିରକ୍ଷା ବାହିନୀ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।

ତେବେ ଏହି ଅଘଟଣ ସମ୍ପର୍କରେ ଖବର ପାଇବା ପରେ ପାକିସ୍ତାନର ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦ୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜାରି ବିବୃତିରେ ମୃତ ପାଇଲଟଙ୍କ ଦେଶପ୍ରତି ସେବାକୁ ମନେ ପକାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)