Relationship: ସକାଳୁ ସକାଳୁ ଗାର୍ଲଫ୍ରେଣ୍ଡ୍‌ଙ୍କୁ ଭୁଲ୍‌ରେ ବି ପଠାନ୍ତୁ ନାହିଁ ଏଭଳି ମେସେଜ୍, ଖରାପ ହୋଇପାରେ ସମ୍ପର୍କ!

Oct 12, 2026 - 20:11
Relationship: ସକାଳୁ ସକାଳୁ ଗାର୍ଲଫ୍ରେଣ୍ଡ୍‌ଙ୍କୁ ଭୁଲ୍‌ରେ ବି ପଠାନ୍ତୁ ନାହିଁ ଏଭଳି ମେସେଜ୍, ଖରାପ ହୋଇପାରେ ସମ୍ପର୍କ!

"ଭୁବନେଶ୍ୱର: ପ୍ରେମ ସମ୍ପର୍କରେ ଛୋଟ ଛୋଟ କଥାଗୁଡ଼ିକର ବହୁତ ବଡ଼ ପ୍ରଭାବ ରହିଥାଏ।

ସକାଳୁ ସକାଳୁ ପ୍ରିୟଜନଙ୍କଠାରୁ ଆସିଥିବା ଏକ ମଧୁର ମେସେଜ୍‌ ଦିନଟିକୁ ଖୁସିରେ ଭରିଦେଇଥାଏ।

କିନ୍ତୁ ଯଦି ସକାଳୁ ଉଠିବାକ୍ଷଣି ଗାର୍ଲଫ୍ରେଣ୍ଡ୍‌ଙ୍କୁ କୌଣସି ଅଭିଯୋଗ, ରାଗ କିମ୍ବା ସନ୍ଦେହଭରା ମେସେଜ୍ ପଠାଯାଏ, ତେବେ ତାହା ସମ୍ପର୍କରେ ଫାଟ ସୃଷ୍ଟି କରିପାରେ।

ସମ୍ପର୍କକୁ ମଜଭୁତ ରଖିବା ପାଇଁ ସକାଳୁ ସକାଳୁ କି ପ୍ରକାର ମେସେଜ୍ ପଠାଇବାଠାରୁ ଦୂରେଇ ରହିବା ଉଚିତ୍, ଆସନ୍ତୁ ଜାଣିବା |Advertisment ଆହୁରି ପଢନ୍ତୁ :Gyanesh Kumar: ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ କେରଳମ୍ ବିଧାନସଭାରେ ପ୍ରସ୍ତାବ ପାରିତ ୧.

ଅଧିକ ରାତି ପର୍ଯ୍ୟନ୍ତ ଅନଲାଇନ୍ ରହିବା ନେଇ ପ୍ରଶ୍ନ କରିବା:ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ୍ ରାତିରେ ସୋସିଆଲ ମିଡିଆରେ ଅନଲାଇନ୍ ଥିଲେ କିନ୍ତୁ ଆପଣଙ୍କୁ ମେସେଜ୍ କରି ନାହାନ୍ତି, ତେବେ ଏହାର ଅର୍ଥ ଏହା ନୁହେଁ ଯେ ସେ ଆପଣଙ୍କୁ ଅଣଦେଖା କରୁଛନ୍ତି।

ସେ କୌଣସି ଜରୁରୀ କାମରେ ବ୍ୟସ୍ତ ଥିବେ କିମ୍ବା ବିଶ୍ରାମ ନେବାକୁ ଚାହୁଁଥିବେ।

ସକାଳୁ ଉଠି ଏଭଳି ପ୍ରଶ୍ନ ପଚାରିଲେ ଆପଣ ତାଙ୍କୁ ସନ୍ଦେହ କରୁଛନ୍ତି ବୋଲି ସେ ଭାବିପାରନ୍ତି।

ଆହୁରି ପଢନ୍ତୁ :Cricket: ଟି-୨୦ରେ ୫୦ କ୍ୟାଚ୍‌ ପୂରଣ କଲେ ତିଳକ ବର୍ମା ୨. "ତୁମର ମୋ ପ୍ରତି ଆଉ ଚିନ୍ତା ନାହିଁ" ଭଳି ଅଭିଯୋଗ:ବାରମ୍ବାର ଏକଥା କହିବା ଯେ ସାମ୍ନା ଲୋକଙ୍କର ଆପଣଙ୍କ ପ୍ରତି କୌଣସି ଚିନ୍ତା ନାହିଁ, ସମ୍ପର୍କରେ ତିକ୍ତତା ବଢ଼ାଇଥାଏ।

ଯଦି ଆପଣ ଭାବୁଛନ୍ତି ଯେ ସେ ଆପଣଙ୍କୁ ସମୟ ଦେଇ ପାରୁନାହାନ୍ତି, ତେବେ ତାହାକୁ ଆକ୍ରମଣାତ୍ମକ ଭାବେ ନ କହି, ଆଦର ଓ ସମ୍ମାନର ସହ ନିଜର ଭାବନା ପ୍ରକାଶ କରନ୍ତୁ।

ଆହୁରି ପଢନ୍ତୁ :ATM: ଏଟିଏମରେ କେତେ ଟଙ୍କା ରହିଥାଏ?

ଏଟିଏମକୁ ନେଇ ଜାଣିଛନ୍ତି କି ଏସବୁ ରୋଚକ ତଥ୍ୟ ୩.

ପୂର୍ବପରି ଆଉ ବ୍ୟବହାର ନଥିବା ନେଇ କଥା କହିବାସମୟ ସହ ସମ୍ପର୍କରେ ପରିବର୍ତ୍ତନ ଆସିବା ଏକ ସାଧାରଣ କଥା।

ପାଠପଢ଼ା, ଚାକିରି, ପରିବାର ଏବଂ ଅନ୍ୟାନ୍ୟ ଦାୟିତ୍ୱ ଯୋଗୁଁ ଉଭୟେ ପୂର୍ବ ଭଳି ପରସ୍ପରକୁ ସମୟ ଦେଇପାରନ୍ତି ନାହିଁ।

କିନ୍ତୁ ସକାଳୁ ଉଠି "ତୁମେ ଆଉ ଆଗ ଭଳି ନାହଁ" ବୋଲି କହିବା ଦ୍ୱାରା ତାଙ୍କ ମନକୁ ଆଘାତ ପହଞ୍ଚିପାରେ।

ଯଦି କୌଣସି ଦୂରତା ଅନୁଭବ ହେଉଛି, ତେବେ କାରଣ ଜାଣିବାକୁ ଚେଷ୍ଟା କରନ୍ତୁ, ହୁଏତ ସେ କୌଣସି ଚାପରେ ଥାଇପାରନ୍ତି।

ଆହୁରି ପଢନ୍ତୁ :Sunny Deol: ସନ୍ନି ଦେଓଲଙ୍କ "ସୂର୍ଯ୍ୟା: ଅନ୍ତ ସେ ଆରମ୍ଭ ତକ୍"ର ମୋସନ୍ ପୋଷ୍ଟର ରିଲିଜ୍, ନଭେମ୍ବର ୨୦ରେ ଆସିବ ଫିଲ୍ମ ୪.

ବିନା କାରଣରେ ସନ୍ଦେହ କରିବାବିନା କାରଣରେ ବାରମ୍ବାର ସନ୍ଦେହ କରିବା ସମ୍ପର୍କର ବିଶ୍ୱାସକୁ ଦୁର୍ବଳ କରିଦିଏ।

ଯଦି ପ୍ରତ୍ୟେକ କଥା, ପ୍ରଶ୍ନରୁ ଦିନ ଆରମ୍ଭ ହୁଏ, ତେବେ ଏହା ସମ୍ପର୍କକୁ ନଷ୍ଟ କରିଦେଇପାରେ।

ମନରେ କୌଣସି ସନ୍ଦେହ ଥିଲେ ସକାଳୁ ଅଭିଯୋଗ ନ କରି, ଠିକ୍ ସମୟରେ ଖୋଲାଖୋଲି ଆଲୋଚନା କରିବା ହିଁ ବୁଦ୍ଧିମାନର କାମ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)