୮ ଦିନ ପରେ ନାବାଳିକାଙ୍କ ମୃତଦେହ ଉଦ୍ଧାର!

Oct 22, 2026 - 14:19
୮ ଦିନ ପରେ ନାବାଳିକାଙ୍କ ମୃତଦେହ ଉଦ୍ଧାର!

ନନ୍ଦିଘୋଷ ବ୍ୟୁରୋ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ନିଖୋଜର ୮ ଦିନ ପରେ ଗଳିତ ମୃତଦେହ ପରିତ୍ୟକ୍ତ ସ୍ଥାନରୁ ଠାବ ହୋଇଛି । ଘଟଣାକୁ ନେଇ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ବର୍ତନା ଢେରାପଦାର ଗାଁରେ ହଙ୍ଗାମା । ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗରେ ଜଣଙ୍କ ଘର ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ । ନାବାଳିକା ଜଣକ ୮ ଦିନ ତଳୁ ନିଖୋଜ ଥିଲେ। ବେକରେ ନାଲି ଲୁଗା ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ମିଳିଛି । ପିନ୍ଧା ଲୁଗାରୁ ପରିବାର ଲୋକେ ମୃତ ଶରୀର ଚିହ୍ନଟ କରିଛନ୍ତି । ତେବେ ନାବାଳିକା ନିଖୋଜ ପଛରେ ଘନିଷ୍ଠ ସାଙ୍ଗ ଓ ତାଙ୍କ ମାର ହାତ ଥିବା ଏତଲାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ୩ ଜଣ ଡିଏସପି, ଜଣେ ଅତିରିକ୍ତ ଏସପି ଏବଂ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)