୫ ବର୍ଷରେ ସିଏସ୍ଆର୍ ଖର୍ଚ୍ଚ ୫୩୦୭ କୋଟି: ପ୍ରାୟ ତିନି ଗୁଣା ବଢ଼ିଛି, ମହାରାଷ୍ଟ୍ରର ବର୍ଷକର ଖର୍ଚ୍ଚଠୁ କମ୍
"ଭୁବନେଶ୍ବର: ଓଡ଼ିଶାରେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ଅଧୀନରେ ହେଉଥିବା ଖର୍ଚ୍ଚ ବିଗତ ପାଞ୍ଚ ବର୍ଷରେ ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି।
ସଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟରେ ସିଏସ୍ଆର୍ ବ୍ୟୟ ୫୭୮.୧୬ କୋଟି ଟଙ୍କା ଥିଲା।
୨୦୨୧-୨୨ରେ ତାହା ୭୫୨.୩୭ କୋଟି ଟଙ୍କା, ୨୦୨୨-୨୩ରେ ୯୯୮.୦୭ କୋଟି ଟଙ୍କା, ୨୦୨୩-୨୪ରେ ୧୪୦୪.୨୪ କୋଟି ଟଙ୍କା ଓ ୨୦୨୪-୨୫ରେ ୧୫୭୪.୯୮ କୋଟି ଟଙ୍କା ରହିଥିଲା।
ଏହି ପାଞ୍ଚ ଆର୍ଥିକ ବର୍ଷରେ ସିଏସ୍ଆର୍ ବାବଦରେ ଓଡ଼ିଶାରେ ମୋଟ୍ ୫୩୦୭.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ତେବେ ମହାରାଷ୍ଟ୍ରରେ ଗୋଟିଏ ବର୍ଷରେ ହେଉଥିବା ସିଏସ୍ଆର୍ ଖର୍ଚ୍ଚଠାରୁ ଏହା ଯଥେଷ୍ଟ କମ୍ ।
୨୦୨୪-୨୫ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ୮୬୩୦.୮୦ କୋଟି ଟଙ୍କା ସିଏସ୍ଆର୍ ଖର୍ଚ୍ଚ ହୋଇଥିଲା।
Advertisment Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍କେ ବିଧାୟକ ଗିରଫ ପ୍ରାୟ ତିନି ଗୁଣା ବଢ଼ିଛିମହାରାଷ୍ଟ୍ରର ବର୍ଷକର ଖର୍ଚ୍ଚଠୁ କମ୍ଅନୁଗୋଳରେ ସର୍ବାଧିକ, ଝାରସୁଗୁଡ଼ାରେ କମୁଛି କର୍ପୋରେଟ୍ ଡାଟା ମ୍ୟାନେଜମେଣ୍ଟ୍ ସେଲ୍ ତଥ୍ୟକୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ୨୦୨୪-୨୫ରେ ରାଜ୍ୟରେ ସର୍ବାଧିକ ୩୯୨ କୋଟି ଟଙ୍କାର ସିଏସ୍ଆର୍ ପାଣ୍ଠି ଅନୁଗୋଳ ଜିଲ୍ଲାରେ ଖର୍ଚ୍ଚ ହୋଇଥିଲା।
ଏହା ପଛକୁ ଖୋର୍ଦ୍ଧାରେ ୨୧୧.୬୫ କୋଟି ଟଙ୍କା ଓ କେନ୍ଦୁଝରରେ ୧୮୬.୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ଓଡ଼ିଶାରେ ସିଏସ୍ଆର୍ ପାଣ୍ଠି ମୁଖ୍ୟତଃ ଅନୁଗୋଳ, ଖୋର୍ଦ୍ଧା, କେନ୍ଦୁଝର, ଝାରସୁଗୁଡ଼ା, ଯାଜପୁର, ସୁନ୍ଦରଗଡ଼, କଟକ, କୋରାପୁଟ, ପୁରୀ, ରାୟଗଡ଼ା ଓ ସମ୍ବଲପୁରରେ ଅଧିକ ଖର୍ଚ୍ଚ ହେଉଛି।
ସୁବର୍ଣ୍ଣପୁର, ନବରଙ୍ଗପୁର, ନୟାଗଡ଼, ମାଲକାନାଗିରି, କେନ୍ଦ୍ରାପଡ଼ା, ଦେବଗଡ଼, ଗଜପତି, ବୌଦ୍ଧ ଓ ବରଗଡ଼ରେ ଏହି ଖର୍ଚ୍ଚ ନାମକୁମାତ୍ର ସ୍ତରରେ ରହିଛି।
କେନ୍ଦୁଝର ଜିଲ୍ଲାରେ ବର୍ଷକ ଭିତରେ ସିଏସ୍ଆର୍ ଖର୍ଚ୍ଚ ପ୍ରାୟ ଦୁଇ ଗୁଣା ବଢ଼ିଛି।
Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ ୨୦୨୨-୨୩ ଓ ୨୦୨୩-୨୪ରେ ଝାସୁଗୁଡ଼ାରେ ସିଏସ୍ଆର୍ ଖର୍ଚ୍ଚ ସର୍ବାଧିକ ଥିଲା।
କିନ୍ତୁ ୨୦୨୪-୨୫ରେ ଅନୁଗୋଳ ସବୁ ଜିଲ୍ଲାକୁ ପଛରେ ପକାଇ ଦେଇଛି।
୨୦୨୦-୨୧ରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୨.୧୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।
କିନ୍ତୁ ପରବର୍ତ୍ତୀ ତିନିଟି ଆର୍ଥିକ ବର୍ଷରେ ଏହି ଜିଲ୍ଲାରେ ଖର୍ଚ୍ଚ ହ୍ରାସ ପାଇବା ପରେ ୨୦୨୪-୨୫ରେ ପୁଣି ବଢ଼ିଥିଲା।
ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସିଏସ୍ଆର୍ ଖର୍ଚ୍ଚରେ ଯଥେଷ୍ଟ ହ୍ରାସ ଘଟିଛି।
୨୦୨୨-୨୩ରେ ଏହି ଜିଲ୍ଲାରେ କମ୍ପାନିଗୁଡ଼ିକ ୧୧୩.୭୨ କୋଟି ଟଙ୍କା ସିଏସ୍ଆର୍ ବାବଦରେ ଖର୍ଚ୍ଚ କରିଥିଲେ।
ପରବର୍ତ୍ତୀ ବର୍ଷ ତାହା ୩୭.୧୩ କୋଟି ଟଙ୍କାକୁ ଖସିଯାଇଥିଲା।
ରାୟଗଡ଼ାରେ ମଧ୍ୟ ସିଏସ୍ଆର୍ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।