Floating Forest: ଭାସମାନ ଜଙ୍ଗଲ: କେଇବୁଲ୍‌ ଲାମଜାଓ ଜାତୀୟ ଉଦ୍ୟାନ

Jul 21, 2026 - 06:29
Floating Forest: ଭାସମାନ ଜଙ୍ଗଲ: କେଇବୁଲ୍‌ ଲାମଜାଓ  ଜାତୀୟ ଉଦ୍ୟାନ

"ଆପଣ କେବେ ଏମିତି ଏକ ଜଙ୍ଗଲ ବିଷୟରେ ଶୁଣିଛନ୍ତି କି, ଯାହା ପାଣି ଉପରେ ଭାସୁଛି?

ଏହା କୌଣସି କଳ୍ପନା ନୁହେଁ, ବରଂ ଭାରତର ମଣିପୁର ରାଜ୍ୟରେ ଥିବା ଏକ ଅଦ୍ଭୁତ ପ୍ରାକୃତିକ ଆଶ୍ଚର୍ଯ୍ୟ।

ଏହାର ନାମ ହେଉଛି "କେଇବୁଲ୍‌ ଲାମଜାଓ ଜାତୀୟ ଉଦ୍ୟାନ"।

ଏହା ପୃଥିବୀର ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ ଭାବେ ପରିଚିତ।Advertisment Horoscope 2026 July 21: ଜାଣନ୍ତୁ ଆଜିର ରାଶିଫଳ...

ଏହି ଅନନ୍ୟ ଉଦ୍ୟାନଟି ଲୋକଟାକ୍ ହ୍ରଦରେ ଅବସ୍ଥିତ।

ହ୍ରଦର ପାଣି ଉପରେ ଘାସ, ମାଟି ଓ ଶୁଖିଲା ଉଦ୍ଭିଦ ମିଶି ଏକ ମୋଟା ଭାସୁଥିବା ସ୍ତର ତିଆରି କରେ।

ଏହାକୁ ସ୍ଥାନୀୟ ଭାଷାରେ "ଫୁମଡ଼ି" କୁହାଯାଏ।

ତା" ଉପରେ ହିଁ ଏହି ଭାସମାନ ଜଙ୍ଗଲ ଗଢ଼ିଉଠିଛି।

କେଇବୁଲ ଲାମଜାଓ ୧୯୭୭ ମସିହାରେ ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିଲା।

ଏହା ପ୍ରାୟ ୪୦ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତୃତ।

ଏହି ସ୍ଥାନ କେବଳ ଭାସମାନ ଭୂମି ପାଇଁ ନୁହେଁ, ବରଂ ଦୁର୍ଲଭ ବନ୍ୟପ୍ରାଣୀଙ୍କ ପାଇଁ ମଧ୍ୟ ପ୍ରସିଦ୍ଧ।

ଏହି ଉଦ୍ୟାନର ସବୁଠାରୁ ବଡ଼ ଆକର୍ଷଣ ହେଉଛି "ସଙ୍ଗାଇ ହରିଣ"।

ଏହା ମଣିପୁରର ରାଜ୍ୟପଶୁ ଏବଂ ଏହାର ଶେଷ ପ୍ରାକୃତିକ ଘର ହେଉଛି କେଇବୁଲ୍‌ ଲାମଜାଓ।

ଫୁମଡ଼ିର ନରମ ଭୂମି ଉପରେ ଏହି ହରିଣ ଯେତେବେଳେ ଧୀରେ ଧୀରେ ଚାଲେ, ତାହା ନୃତ୍ୟ କରୁଥିବା ପରି ଲାଗେ।

ସେଥିପାଇଁ ଏହାକୁ "ଡ୍ୟାନ୍ସିଂ ଡିଅର" ବୋଲି ମଧ୍ୟ କୁହାଯାଏ।

ଏଠାରେ ସଙ୍ଗାଇ ହରିଣ ବ୍ୟତୀତ ହଗ୍ ହରିଣ, ଜଙ୍ଗଲୀ ବିଲେଇ, ଜଙ୍ଗଲୀ କାଉ, ହଳଦିମୁଣ୍ଡିଆ ୱାଗଟେଲ୍, ଜଙ୍ଗଲୀ ଘୁଷୁରି ଏବଂ ମାଟିଆ ଆଣ୍ଟିଏଟର୍‌ ଭଳି ଅନେକ ଦୁର୍ଲଭ ପ୍ରାଣୀ ଓ ପକ୍ଷୀ ଦେଖିବାକୁ ମିଳନ୍ତି।

ଏଠାରେ ହଜା‌େରରୁ ଅଧିକ ପ୍ରଜାତିର ଜୀବଜନ୍ତୁ ଓ ପକ୍ଷୀ ବାସ କରୁଥିବାରୁ ଏହା ଜୀବ ବିବିଧତାର ଏକ ଅମୂଲ୍ୟ କେନ୍ଦ୍ର ଭାବେ ପରିଚିତ।

ଏହି ଜାତୀୟ ଉଦ୍ୟାନର ଉଦ୍ଭିଦ ସମ୍ପଦ ମଧ୍ୟ ଅତ୍ୟନ୍ତ ସମୃଦ୍ଧ।

ଏଠାରେ ୪୫୦ରୁ ଅଧିକ ପ୍ରଜାତିର ଅର୍କିଡ୍ ଏବଂ ୧୦୦ରୁ ଅଧିକ ପ୍ରକାରର ଜଳଚର ଉଦ୍ଭିଦ ମିଳିଥାଏ।

ଏହା ସହିତ ଲୋକଟାକ୍‌ ହ୍ରଦର ଜଳପରିବେଶ ଅନେକ ପ୍ରକାରର ଜଳପକ୍ଷୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ହୋଇଛି।

ଶୀତ ଋତୁରେ ବହୁ ସଂଖ୍ୟକ ପ୍ରବାସୀ ପକ୍ଷୀ ମଧ୍ୟ ଏଠାକୁ ଆସି ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାନ୍ତି।

AssamSikkim: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର, ସେପଟେ ଭୂସ୍ଖଳନ ପରେ ସିକ୍କିମ ସୁଡ଼ଙ୍ଗରେ ଫସିଛନ୍ତି ୧୨ ଶ୍ରମିକ ସକାଳର ସୁବର୍ଣ୍ଣ ଆଲୋକ କିମ୍ବା ସନ୍ଧ୍ୟାର ଶାନ୍ତ ପରିବେଶରେ ନୌକା ଯୋଗେ ଏହି ଉଦ୍ୟାନ ଭ୍ରମଣ କରିବା ଏକ ଅନନ୍ୟ ଅନୁଭୂତି ପ୍ରଦାନ କରେ।

ନୀଳ ଜଳରାଶି, ସବୁଜ ଫୁମଡ଼ି, ପକ୍ଷୀମାନଙ୍କର ମଧୁର କଳରବ ଏବଂ ବନ୍ୟପ୍ରାଣୀଙ୍କ ଦୃଶ୍ୟ ଏହି ସ୍ଥାନକୁ ଅତ୍ୟନ୍ତ ସୁନ୍ଦର କରିଥାଏ।

ତେବେ ଏହି ଅଦ୍ଭୁତ ପ୍ରାକୃତିକ ସମ୍ପଦ ଆଜି ବିଭିନ୍ନ ପରିବେଶୀୟ ସମସ୍ୟାର ସମ୍ମୁଖୀନ।

ଜଳସ୍ତରର ପରିବର୍ତ୍ତନ, ପ୍ରଦୂଷଣ ଏବଂ ପରିବେଶୀୟ କ୍ଷତି ଯୋଗୁଁ ଫୁମଡ଼ିର ସ୍ୱାଭାବିକ ସ୍ଥିତି ଦୁର୍ବଳ ହେଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।