୩ କିଲୋ ୬୪୭ ଗ୍ରାମ ରୁପା ଅଳଙ୍କାର ଉଦ୍ଧାର

Oct 03, 2026 - 13:02
୩ କିଲୋ ୬୪୭ ଗ୍ରାମ ରୁପା ଅଳଙ୍କାର ଉଦ୍ଧାର

କୋଲକାତା : ବାଂଲାଦେଶକୁ ଚୋରା ଚାଲାଣ ପୂର୍ବରୁ ନଦିଆ ସୀମାରେ ୩ କିଲୋ ୬୪୭ ଗ୍ରାମ ରୁପା ଅଳଙ୍କାର ଉଦ୍ଧାର କଲେ BSF । ପଶ୍ଚିମ ବଙ୍ଗ ନାଦିଆ ଜିଲ୍ଲା ସ୍ଥିତ ଭାରତ-ବାଂଲାଦେଶ ସୀମାରେ BSF ଚୋରା ଚାଲାଣ ରୁପା ସାମଗ୍ରୀ ଉଦ୍ଧାର ହୋଇଛି। ନଦୀର ଅନ୍ୟ ପାର୍ଶ୍ୱରୁ ବାଂଲାଦେଶକୁ ଚୋରା ଚାଲାଣ ପୂର୍ବରୁ ଏତେ ପରିମାଣର ରୂପା ଅଳଙ୍କାର ଧରାପଡ଼ିଛି । ନଦିଆର ଭାରତ-ବାଂଲାଦେଶ ସୀମାରେ ଥିବା ମହାଖୋଲା ଗ୍ରାମକୁ କାର୍ଯ୍ୟରତ ସୀମା ସୁରକ୍ଷା କର୍ମୀମାନେ ଗତ ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିଲେ । ହଠାତ୍ ନଦୀର ଅନ୍ୟ ପାର୍ଶ୍ୱରୁ ବାଂଲାଦେଶ ଆଡକୁ ଦୁର୍ବୃତ୍ତମାନେ କିଛି ଫିଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ । BSF ସେମାନଙ୍କୁ ପିଛା କରିବାରୁ ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗ ଛାଡି ପଳାଇଯାଇଥିଲେ । ଉଦ୍ଧାର ରୁପା ଅଳଙ୍କାରକୁ ଭୀମପୁର ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)