୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୮ ବର୍ଷ: ସେହି କଳା ଅଧ୍ୟାୟକୁ ଭୁଲି ପାରୁନି ସାରା ଦେଶ

Nov 26, 2026 - 13:19
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୮ ବର୍ଷ: ସେହି କଳା ଅଧ୍ୟାୟକୁ ଭୁଲି ପାରୁନି ସାରା ଦେଶ

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ବର ୨୬ ତାରିଖର ସେହି କଳା ରାତିକୁ ଆଜି ବି ଭାରତବାସୀ ଭୁଲିପାରି ନାହାନ୍ତି। ମୁମ୍ବାଇରେ ହୋଇଥିବା ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ଆଜି ୧୮ ବର୍ଷ ପୂରିଛି। ଏହି ଅବସରରେ ଦେଶବାସୀ ସେହି ସମୟର ଭୟାବହତାକୁ ମନେ ପକାଇବା ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 

୬୦ ଘଣ୍ଟାର ସେହି ଭୟଙ୍କର ସମୟ  
୨୦୦୮ ନଭେମ୍ବର ୨୬ରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା (LeT) ର ୧୦ ଜଣ ସଶସ୍ତ୍ର ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ। ସେମାନେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (CSMT), ତାଜ ମହଲ ପ୍ୟାଲେସ ହୋଟେଲ, ଟ୍ରାଇଡେଣ୍ଟ ହୋଟେଲ, ନରିମାନ ହାଉସ, ଲିଓପୋଲ୍ଡ କାଫେ ଏବଂ କାମା ହସ୍ପିଟାଲ ଭଳି ପ୍ରମୁଖ ସ୍ଥାନକୁ ଟାର୍ଗେଟ କରିଥିଲେ। ପ୍ରାୟ ୬୦ ଘଣ୍ଟା ଧରି ଚାଲିଥିବା ଏହି ରକ୍ତାକ୍ତ ସଂଘର୍ଷରେ ୧୬୬ ଜଣ ନିରୀହ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।  

ବୀରତ୍ୱ ଓ ବଳିଦାନର ଗାଥା  
ଏହି ଆକ୍ରମଣ ସମୟରେ ମୁମ୍ବାଇ ପୋଲିସ, ଭାରତୀୟ ନୌସେନାର ମାରିନ କମାଣ୍ଡୋ ଏବଂ NSG ର ବୀର ଯବାନମାନେ ଆତଙ୍କବାଦୀଙ୍କ ସହ ସାହସର ସହ ଲଢ଼ିଥିଲେ। ଏହି ଅପରେସନରେ ୯ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅଜମଲ କସାବକୁ ଜୀବନ୍ତ ଧରାଯାଇଥିଲା। କସାବକୁ କାବୁ କରିବାରେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ତୁକାରାମ ଓମ୍ବଲେ ନିଜର ବଳିଦାନ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୨ ନଭେମ୍ବର ୨୧ରେ କସାବକୁ ଫାଶୀ ଦିଆଯାଇଥିଲା।  ଏହି ଘଟଣା ଭାରତର ଉପକୂଳ ସୁରକ୍ଷା ଏବଂ ଗୁପ୍ତଚର ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିଥିଲା। ଆଜି ସେହି ଆକ୍ରମଣର ବର୍ଷପୂର୍ତ୍ତିରେ ସାରା ଦେଶ ସେହି ବୀରମାନଙ୍କୁ ସଲାମ କରୁଛି, ଯେଉଁମାନେ ଦେଶ ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)