୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୮ ବର୍ଷ, ୧୬୬ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ
ନନ୍ଦିଘୋଷ ବ୍ୟୁରୋ:ଆଜି ଲୋମହର୍ଷକ ମୁମ୍ବାଇ ଆକ୍ରମଣ ଘଟଣାର ବାର୍ଷିକୀ। ୨୦୦୮ ମସିହାର ମୁମ୍ବାଇ ଆକ୍ରମଣ ଘଟଣା ସାରା ଦେଶକୁ କରିଦେଇଥିଲା ସ୍ତମ୍ଭୀଭୂତ। ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ହମଲାକୁ ୧୮ ବର୍ଷ ପୂରିଛି । ୨୬/୧୧ର ସେ ଭୟଙ୍କର କାଳ ରାତିକୁ ୧୮ ବର୍ଷ ପରେ ବି କେହି ଭୁଲି ପାରିନାହାନ୍ତି । ୬୦ ଘଣ୍ଟା ଧରି ଚାଲିଥିବା ଏହି ହମଲାରେ ୧୬୬ ଜଣ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ହମଲା ଘଟଣାରେ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା’ର ଦଶ ଜଣ ସଦସ୍ୟ ସମୁଦ୍ର ପଥ ଦେଇ ଆସିଥିଲେ ଏବଂ ପ୍ରାୟ ୬୦ ଘଣ୍ଟା ଧରି ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିଥିଲେ। ଏହି ଘଟଣାରେ ୧୬୬ ଜଣ ସୁରକ୍ଷା କର୍ମୀ, ସାଧାରଣ ନାଗରିକ ଏବଂ ବିଦେଶୀ ନାଗରିକ ପ୍ରାଣ ହରାଇଥିଲେ। ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସୁରକ୍ଷା ବାହିନୀ ୯ ଜଣ ଆକ୍ରମଣକାରୀଙ୍କୁ ନିପାତ କରିଥିଲେ ଏବଂ ଅଜମଲ କସାବକୁ ଜୀବନ୍ତ ଅବସ୍ଥାରେ ଧରିଥିଲେ। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ , ତାଜ ମହଲ ପ୍ୟାଲେସ୍ ହୋଟେଲ, ଟ୍ରାଇଡେଣ୍ଟ ହୋଟେଲ, ନରିମାନ ହାଉସ୍ , ଲିଓପୋଲ୍ଡ କାଫେ ଏବଂ କାମା ଆଣ୍ଡ ଆଲବ୍ଲେସ୍ ହସ୍ପିଟାଲ୍ ଆଦିକୁ ଟାର୍ଗେଟ କରିଥିଲେ ଆତଙ୍କୀ। ସହିଦ ହୋଇଥିବା ପୋଲିସ ଓ ନିରାପତ୍ତା ରକ୍ଷୀଙ୍କ ସ୍ମୃତି ଲାଗି ମହାରାଷ୍ଟ୍ର ପୋଲିସ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ଯକ୍ରମ କରାଯାଇଛି।….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
