୨୪ ଘଣ୍ଟା ମଧ୍ୟରେ ଲୋନାଭଲାରେ ୬୭୦ ମିମି ବର୍ଷା

Jul 07, 2026 - 13:39
୨୪ ଘଣ୍ଟା ମଧ୍ୟରେ ଲୋନାଭଲାରେ ୬୭୦ ମିମି ବର୍ଷା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ବର୍ଷା ତାଣ୍ଡବ ରଚିଛି । ପ୍ରକୃତି ଏହାର କରାଳ ରୂପ ଦେଖାଇଛି। ଗତ ୪ ଦିନ ଧରି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ହୋଇଥିବା ଲଗାଣ ବର୍ଷା ଯୋଗୁ ୧୪ ଜଣଙ୍କର ମୃତ୍ୟୁ ହୋଇଗଲାଣି। ଗତକାଲି ପୁଣେରେ ଭୂସ୍ଖଳନ ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସରକାରୀ ତଥ୍ୟ ଅନୁଯାୟୀ, ପୁଣେ ଜିଲ୍ଲାର ଏକ ଲୋକପ୍ରିୟ ହିଲ ଷ୍ଟେସନ ଲୋନାଭଲାରେ ସୋମବାର ସକାଳ ୭ ଟାରେ ଶେଷ ହୋଇଥିବା ୨୪ ଘଣ୍ଟା ମଧ୍ୟରେ୬୭୦ ମିମି ବର୍ଷା ରେକର୍ଡ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ପୁଣେ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ୨୨ ଟି ସ୍ଥାନରେ ଭୂସ୍ଖଳନ ହୋଇଛି। କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସ୍ୱପ୍ନିଳ ନୀଳ ସୋମବାର କହିଛନ୍ତି ଯେ, ରବିବାର ପ୍ରଥମ ଚାରି ଘଣ୍ଟା ମଧ୍ୟରେ ପ୍ରାୟ ୧୬୦୦ ମିମି ବର୍ଷା ହୋଇଥିଲା, ଯାହା ଫଳରେ ଅନେକ ଦୁର୍ବଳ ସ୍ଥାନରେ ଭୂସ୍ଖଳନ ହୋଇଥିଲା। ପ୍ରଥମ ଭୂସ୍ଖଳନ ଠାକୁରୱାଡି ନିକଟରେ ହୋଇଥିଲା, ଯାହା ଭୋର ଘାଟର ସମସ୍ତ ତିନୋଟି ଲାଇନକୁ ପ୍ରଭାବିତ କରିଥିଲା, ତା'ପରେ ମଙ୍କି ହିଲ୍ ଏବଂ ଖଣ୍ଡାଲା ମଧ୍ୟରେ ଆଉ ଏକ ଭୂସ୍ଖଳନ ହୋଇଥିଲା। କିଛି ସ୍ଥାନରେ ଟ୍ରାକଗୁଡ଼ିକର ବ୍ୟାପକ କ୍ଷତି ହୋଇଛି କିନ୍ତୁ ଘାଟ ସେକ୍ସନରେ ନିରନ୍ତର ବର୍ଷା ସତ୍ତ୍ୱେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।