୧ ଲକ୍ଷ ଲେଖାଏଁ ବୋନସ୍ ଦେଲେ ସୁରଟ ବ୍ୟବସାୟୀ
ସୁରଟ : ଦୀପାବଳି ଉପଲକ୍ଷେ ସୁରଟର ଜଣେ କପଡ଼ା ବ୍ୟବସାୟୀ ତାଙ୍କ ପ୍ରତିଷ୍ଠାନର କର୍ମଚାରୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବୋନସ୍ ପ୍ରଦାନ କରିଛନ୍ତି ।
ବ୍ୟବସାୟୀ ରାମସ୍ବରୂପ ମୁଣ୍ଡେ ୨୦ ଜଣ କର୍ମଚାରୀଙ୍କୁ ଏହା ଦେଇଛନ୍ତି ।
ବୋନସ୍ ଗ୍ରହଣ କରିବା ପରେ କର୍ମଚାରୀମାନେ ଖୁସିରେ ବିଭୋର ହୋଇଯାଇଛନ୍ତି ।
ଏପରିକି ଜଣେ ମହିଳା କର୍ମଚାରୀ ଖୁସିରେ କାନ୍ଦି ପକାଇଛନ୍ତି ।
Advertisment No confidence vote: ଖମନମୁଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍, ଫଳାଫଳ ସ୍ଥଗିତ କର୍ମଚାରୀଙ୍କୁ ବୋନସ୍ ଭାବେ ପ୍ରଦାନ କରାଯାଇଥିବା ନୋଟ୍ଗୁଡ଼ିକ ସଂପୂର୍ଣ୍ଣ ନୂଆ ଥିଲା ।
ଦୀପାବଳି ବୋନସ ବଣ୍ଟନ ସମୟରେ କର୍ମଚାରୀମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
କର୍ମଚାରୀମାନେ ବର୍ଷସାରା କରିଥିବା କଠିନ ପରିଶ୍ରମ ତାଙ୍କୁ ସଫଳତା ଦେଇଛି ।
ବୋନସ୍ ପ୍ରଦାନ ମାଧ୍ୟମରେ ଏହାକୁ ସ୍ବୀକୃତି ଦିଆଯାଇଛି ବୋଲି ଶ୍ରୀ ରାମସ୍ବରୂପ କହିଛନ୍ତି ।
ସାମାଜିକ ଗଣମାଧ୍ୟମରେ ବ୍ୟବସାୟୀଙ୍କ ଉକ୍ତ ବୋନସ୍ ବଣ୍ଟନ ବହୁଳ ଭାବେ ପ୍ରସାରିତ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
