୧୭ ବର୍ଷ ଧରି ଅଲଗା ରହୁଥିବା ପତ୍ନୀଙ୍କଠାରୁ ଓମାର ଅବଦୁଲ୍ଲାଙ୍କ ଛାଡ଼ପତ୍ର ମଞ୍ଜୁର

Jul 31, 2026 - 15:18
୧୭ ବର୍ଷ ଧରି ଅଲଗା ରହୁଥିବା ପତ୍ନୀଙ୍କଠାରୁ ଓମାର ଅବଦୁଲ୍ଲାଙ୍କ ଛାଡ଼ପତ୍ର ମଞ୍ଜୁର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ତାଙ୍କଠାରୁ ଦୀର୍ଘଦିନ ଧରି ଅଲଗା ରହୁଥିବା ପତ୍ନୀ ପାୟଲ ଅବଦୁଲ୍ଲାଙ୍କୁ ପାରସ୍ପରିକ ସମ୍ମତି ଆଧାରରେ ଛାଡ଼ପତ୍ର ପ୍ରଦାନ କରିବାକୁ କହିଛନ୍ତି। ଦମ୍ପତି ଅଦାଲତକୁ ଜଣାଇଥିଲେ ଯେ, ସେମାନେ ବିବାହ ବିଚ୍ଛେଦ ପାଇଁ ପାରସ୍ପରିକ ଭାବେ ସହମତ ହୋଇଛନ୍ତି ଏବଂ ପରସ୍ପର ବିରୋଧରେ ଦାଖଲ କରିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବେ। ଓମାର ଅବଦୁଲ୍ଲା ଦିଲ୍ଲୀ ହାଇକୋର୍ଟଙ୍କ ବିବାହ ବିଚ୍ଛେଦ ଆବେଦନ ଖାରଜ ରାୟକୁ ଚ୍ୟାଲେଞ୍ଜ କରିବା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଶୁଣାଣି ସମୟରେ ଉଭୟ ପକ୍ଷ ମିଳିତ ଭାବେ ପାରସ୍ପରିକ ସମ୍ମତିରେ ବିବାହ ବିଚ୍ଛେଦ ପାଇଁ ଏକ ଆବେଦନ ଦାଖଲ କରିଥିଲେ। ଦମ୍ପତି ପରସ୍ପର ବିରୋଧରେ ଦାଖଲ କରିଥିବା ସମସ୍ତ ଆଇନଗତ ମାମଲା ପ୍ରତ୍ୟାହାର କରିବାକୁ ମଧ୍ୟ ରାଜି ହୋଇଛନ୍ତି। ଓମାର ଅବଦୁଲ୍ଲା ଏବଂ ପାୟଲ ୧୯୯୪ ମସିହାରେ ବିବାହ କରିଥିଲେ। ଦିଲ୍ଲୀର ଦି ଓବରଏ ହୋଟେଲରେ କାମ କରୁଥିବା ସମୟରେ ସେମାନଙ୍କର ପରିଚୟ ହୋଇଥିଲା। ସେମାନଙ୍କର ଦୁଇ ପୁଅ ଜାହିର ଏବଂ ଜାମିର ଅଛନ୍ତି। ଏହି ଦମ୍ପତି ୨୦୦୯ ମସିହାରୁ ଅଲଗା ରହୁଥିଲେ। ୨୦୧୧ ମସିହାରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ପାୟଲଙ୍କଠାରୁ ଅଲଗା ହୋଇଥିବା ଘୋଷଣା କରିଥିଲେ, ଯାହା ସହିତ ସେମାନଙ୍କ ୧୭ ବର୍ଷର ବୈବାହିକ ସମ୍ପର୍କର ଅନ୍ତ ଘଟିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।