ହୃଦଘାତରେ ତାଳଧ୍ୱଜ ରଥର ଭୋଇ ସେବକଙ୍କ ମୃତ୍ୟୁ

Jun 09, 2026 - 16:18
ହୃଦଘାତରେ ତାଳଧ୍ୱଜ ରଥର ଭୋଇ ସେବକଙ୍କ ମୃତ୍ୟୁ

ପୁରୀ : ରଥଖଳାରେ ଶୋକ ର ଛାୟା । ଜୋର ସୋରରେ ରଥ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ହୃଦଘାତରେ ତାଳଧ୍ୱଜ ରଥର ଭୋଇ ସେବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଧୋବା ଭୋଇ । ମଙ୍ଗଳବାର ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସେପଟେ ଏହି ଖବର ପାଇବା ପରେ ପୁରୀ ଜିଲ୍ଲାପାଳ ରଥଖଳାରେ ଆସି ଅନୁଧ୍ୟାନ କରିବା ସହ ଭୋଇ ସେବକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତ ଧୋବାଙ୍କ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ପୁରୀ ଅଠରନଳା ଠାରେ ପୁନର୍ବାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଖୁବ୍‌ଶୀଘ୍ର ଅର୍ଥାତ୍ ରଥଯାତ୍ରା ପୂର୍ବରୁ ଶେଷ ହୋଇ ଚାରିଲେନ୍ ବିଶିଷ୍ଟ ରାସ୍ତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।