ପ୍ରିୟଙ୍କାଙ୍କ ଦୁଇଟି ରୂପ

Aug 05, 2026 - 16:12
ପ୍ରିୟଙ୍କାଙ୍କ ଦୁଇଟି ରୂପ

 

ଗ୍ଲୋବାଲଷ୍ଟାର ପ୍ରିୟଙ୍କା ଚୋପ୍ରା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି ।  ଏହି ଭିଡିଓରେ ସେ ନିଜ ଝିଅ ମାଲତୀ ମ୍ୟାରୀଙ୍କୁ କୋଳରେ ଧରି ଦୁର୍ଗା ସପ୍ତଶତୀ ମନ୍ତ୍ର ଶିଖାଉଥିବା ଦେଖିବାକୁ ମିଳିଛି । ଭିଡିଓରେ ପ୍ରିୟଙ୍କାଙ୍କ ସହ ମାଲତୀ ମଧ୍ୟ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ଏବଂ ଏହା ସହିତ ପ୍ରିୟଙ୍କା  ନିଜର ଦୁଇଟି ବ୍ୟକ୍ତିତ୍ବ 'ମାମା' ଓ 'ମାମାସିଟା' ବିଷୟରେ ଲେଖିଛନ୍ତି । ଯେଉଁଥିରେ ପ୍ରଥମ ଭାଗରେ ସେ ଝିଅ ସହ ସମୟ ବିତାଉଛନ୍ତି ଏବଂ ଦ୍ୱିତୀୟ ଭାଗରେ ଏକ ଗ୍ଲାମରସ ଡ୍ରେସ ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୧୮ରେ ରାଜସ୍ଥାନର ଯୋଧପୁରସ୍ଥିତ ଉମୈଦ ଭବନ ପ୍ୟାଲେସରେ ନିକ୍ ଜୋନାସଙ୍କୁ ବିବାହ କରିଥିବା ପ୍ରିୟଙ୍କା , ୨୦୨୨ରେ ସରୋଗେସୀ ମାଧ୍ୟମରେ ଝିଅ ମାଲତୀଙ୍କ ମା' ହୋଇଥିଲେ । ଅଭିନେତ୍ରୀ ପ୍ରାୟତଃ ସୋସିଆଲ ମିଡିଆରେ ଝିଅ ସହ ବିତାଉଥିବା ଖାସ୍ ମୁହୂର୍ତ୍ତର ଝଲକ ସେୟାର କରିଥାନ୍ତି । ଗତ ଜୁଲାଇ ମାସରେ ପ୍ରିୟଙ୍କା  ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ମାଲତୀ ନିଜ ଆଇ ମଧୁ ଚୋପ୍ରାଙ୍କ ସହ ପୁଲ୍ କୂଳରେ ବୁଲୁଥିବାର ଦେଖାଯାଇଥିଲେ । ଅନେକ ସମୟରେ ସେ ମାଲତୀଙ୍କର ବିଭିନ୍ନ ଭିଡିଓ ସେ ସୋସିଆଲ ମିଡିଆରେ ଛାଡନ୍ତି । ଯାହାକୁ ଫ୍ୟାନମାନେ ମଧ୍ୟ ଖୁବ ପସନ୍ଦ କରିଥାଆନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।