ହର୍ଣ୍ଣ ମରାରୁ ତୁମୁଳ କାଣ୍ଡ

Sep 11, 2026 - 12:07
ହର୍ଣ୍ଣ ମରାରୁ ତୁମୁଳ କାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ହର୍ଣ୍ଣ ମରାରୁ ତୁମୁଳ କାଣ୍ଡ। ରାଜଧାନୀରେ ଦବଙ୍ଗଗିରି। କାର ଅଟକାଇଲେ… ଡ୍ରାଇଭରଙ୍କୁ ଗୋଡ଼ାଇଲେ। ଆଉ ରାସ୍ତାରୁ ରବୀନ୍ଦ୍ର ମଣ୍ଡପ ଭିତର ପର୍ଯ୍ୟନ୍ତ ନିସ୍ତୁକ ଛେଚିଲେ। ଏପରିକି ବାଟରେ ଯାଉଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ଛାଡ଼ିନଥିଲେ ଦୁର୍ବୃତ୍ତ। ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ। ଗତକାଲି ବିଳମ୍ବିତ ରାତିରେ ରବୀନ୍ଦ୍ର ମଣ୍ଡପ ଅଞ୍ଚଳରେ ଘଟିଛି ଏଭଳି କାଣ୍ଡ। ସ୍କୁଟିରେ ଦୁଇ ଯୁବକ ଓ ଜଣେ ଯୁବତୀ ଯାଉଥିବା ବେଳେ ପଛରୁ ଆସୁଥିବା କାର ହର୍ଣ୍ଣ ମାରିଥିଲା। ହର୍ଣ୍ଣ ମରାକୁ ନେଇ ଉତ୍ତ୍ୟକ୍ତ ହୋଇ କାରକୁ ଅଟକାଇଥିଲେ ଯୁବକ ଓ ଯୁବତୀ।

ତାପରେ ଆରମ୍ଭ ହୋଇଥିଲା ଆକ୍ରମଣ। କାର ଡ୍ରାଇଭରଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଇଥିବା ଅଭିଯୋଗ। ଡ୍ରାଇଭରଙ୍କୁ ରାସ୍ତାରୁ ଗୋଡ଼ାଇ ଗୋଡ଼ାଇ ରବୀନ୍ଦ୍ର ମଣ୍ଡପ ଭିତର ପର୍ଯ୍ୟନ୍ତ ମାଡ଼ ମରାଯାଇଥିଲା।ଅଭିଯୋଗ ଅନୁସାରେ, ଯୁବକ ଓ ଯୁବତୀ ନିଶାଶକ୍ତ ଅବସ୍ଥାରେ ଥିଲେ। ପୋଲିସ ପହଞ୍ଚିବା ପରେ ମଧ୍ୟ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ। କାର ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା ଖାରବେଳ ନଗର ଥାନା ପୋଲିସ। ଦୁଇ ଯୁବକ ଓ ଜଣେ ଯୁବତୀଙ୍କୁ ଅଟକ ରଖିଛି ପୋଲିସ। ଅଟକ ଯୁବତୀଙ୍କ ଘର କେନ୍ଦ୍ରାପଡ଼ାରେ ହୋଇଥିବା ବେଳେ ଯୁବକଙ୍କ ଘର ବ୍ରହ୍ମପୁରରେ ବୋଲି ସୂଚନା ମିଳିଛି। ସେମାନେ ଶାସ୍ତ୍ରୀନଗରରେ ଭଡ଼ାରେ ରହୁଥିବା ସୂଚନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)