ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୪୬ ମୃତ, ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା
ନନ୍ଦିଘୋଷ ବ୍ୟୁରୋ: ସ୍ପେନରେ ଟ୍ରେନ୍ ଦୁର୍ଘଟଣା । ରାଜଧାନୀ ମାଡ୍ରିଡ୍କୁ ଦକ୍ଷିଣ ଆଣ୍ଡାଲୁସିଆ ଅଞ୍ଚଳକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନରେ ବୁଧବାର ଏହି ଦୁର୍ଘଟଣା ଘଟିଛି। ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏଥିରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ରେଳ ନେଟୱାର୍କ ଅପରେଟର ଏଡିଫ୍ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ଅନେକ ବଗି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ୧୪୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଇରିଓ ଟ୍ରେନ୍ ଓ ୩୯୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ରେନ୍ଫି ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ୧୭୯ ଜଣ ଆହତ ହୋଇଥିବା ବେଳେ ୪୬ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଦୁର୍ଘଟଣା ଯୋଗୁଁ ଉଭୟ ଟ୍ରେନ୍ ର ବ୍ୟାପକ କ୍ଷତି ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓ ଓ ଫଟୋରୁ ଦୁର୍ଘଟଣାର ଭୟାବହତା ସ୍ପଷ୍ଟ ବାରି ହୋଇପଡୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
