ସ୍ଥଗିତ ରହିଲା ଡାକ୍ତର ଆନ୍ଦୋଳନ

Jul 04, 2026 - 16:51
ସ୍ଥଗିତ ରହିଲା ଡାକ୍ତର ଆନ୍ଦୋଳନ

ଭୁବନେଶ୍ୱର :  ରାଜ୍ୟରେ ତିନି ଦିନ ଧରି ଚାଲିଥିବା ଡାକ୍ତର ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ସଫଳ ପରେ ଆନ୍ଦୋଳନ ସ୍ଥଗିତ ରଖିଲା ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ (ଓମ୍‌ସା) ।  ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଡାକ୍ତରମାନେ ଆଜିଠାରୁ ପୁଣି କାର୍ଯ୍ୟରେ ଯୋଗ ଦେବେ ଏବଂ ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବ।

ଓମ୍‌ସାର ୧୩ ଦଫା ଦାବି ଉପରେ ଗଭୀର ଆଲୋଚନା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୨ ତାରିଖରେ ବସିବ କମିଟିର ପ୍ରଥମ ବୈଠକ । କମିଟିରେ ସ୍ୱାସ୍ଥ୍ୟ ସଚିବ, ଜିଏ ସଚିବ, ଅର୍ଥ ସଚିବ, ଆଇନ ସଚିବ ସଦସ୍ୟ ଅଛନ୍ତି ।