ନିର୍ମାଣାଧୀନ କାନ୍ଥ ପଡ଼ି ଜଣେ ଶ୍ରମିକ ମୃତ, ଜଣେ ଗୁରୁତର
କେନ୍ଦୁଝର,୪।୭, (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ନବ ନିର୍ମିତ ଏକ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।
ଗୁରୁତର ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି। ମୃତକ ଓ ଗୁରୁତର ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ସେକ ସମିମ ନାମକ ଜଣେ ଠିକାଦାର ଅଧୀନରେ କାମ କରୁଥିଲେ ବୋଲି ସୂଚନା ମିଳିଛି।
ମୃତକଙ୍କ ନାମ ବାବର ଶେଖ ଓ ଗୁରୁତର ମିଟୁ ଶେଖ ବୋଲି ଜଣାପଡିଛି। ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଜଂଘିପୁର ଗ୍ରାମର ଜଣାପଡିଥିବା ବେଳେ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Dharitri – Odisha’s No.1 Odia Daily
The post ନିର୍ମାଣାଧୀନ କାନ୍ଥ ପଡ଼ି ଜଣେ ଶ୍ରମିକ ମୃତ, ଜଣେ ଗୁରୁତର appeared first on Dharitri Odia News.