ଖରାଦିନେ ଲାଗୁଛି ଭୟଙ୍କର ଶୀତ

Jul 03, 2026 - 16:00
ଖରାଦିନେ ଲାଗୁଛି ଭୟଙ୍କର ଶୀତ

 

ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲା ଡେରୋଲୀ ଅହୀର ଗାଁର ୭୦ ବର୍ଷୀୟ ସନ୍ତଲାଲ  ନିଜର ଏକ ଅଦ୍ଭୁତ ଶାରୀରିକ ସ୍ଥିତି ଯୋଗୁଁ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ମହିଳାଙ୍କୁ ଗ୍ରୀଷ୍ମ ଋତୁରେ ପ୍ରବଳ ଶୀତ ଏବଂ ଶୀତ ଦିନେ ଅସହ୍ୟ ଗରମ ଅନୁଭୂତ ହୋଇଥାଏ। ଦାବି ଅନୁସାରେ, ଏହି ଅଜବ ସମସ୍ୟା ଯୋଗୁଁ ସେ ପ୍ରବଳ ଖରା ଓ ଗରମ ସମୟରେ ମଧ୍ୟ ୪ ରୁ ୫ଟି କମ୍ବଳ ଘୋଡ଼େଇ ହୋଇ ରହନ୍ତି, ଅଧିକ ଶୀତ ଲାଗିଲେ ନିଆଁ ଜାଳି ସେକି ହୁଅନ୍ତି । ଏତେ ଗରମରେ ମଧ୍ୟ ତାଙ୍କ ଶରୀରରୁ ଆଦୌ ଝାଳ ବାହାରିନଥାଏ। ଅପରପକ୍ଷରେ, ଶୀତଦିନେ ଗରମ ଲାଗୁଥିବାରୁ ସେ ପ୍ରତିଦିନ ସକାଳ ପ୍ରାୟ ୫ଟାରୁ ପୋଖରୀରେ ଗାଧୋଇବା ସହ ଅନେକ ସମୟରେ ସମ୍ପୂର୍ଣ୍ଣ ଦିନ ପାଣି ଭିତରେ ହିଁ ବିତାଇ ଦିଅନ୍ତି। ଏହି ନିଆରା ଶାରୀରିକ ସ୍ଥିତି ପାଇଁ ଅନେକ ଡାକ୍ତର ତାଙ୍କର ଯାଞ୍ଚ କରିସାରିଥିବାବେଳେ କାରଣ ଜଣା ପଡିନାହିଁ । ଏପରିକି ତାଙ୍କର ଏହି ବିରଳ ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ୧ ଲକ୍ଷ ଟଙ୍କାର ସହଯୋଗ ମଧ୍ୟ କରାଯାଇଥିବା ଜଣା ପଡିଛି । ତେବେ ଏହି ପରିସ୍ଥିତି ଯୋଗୁଁ ମହିଳା ଜଣଙ୍କ ଖୁବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।