ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜୋତା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜୋତା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧୀନ ବେଲଗଢିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪୫ଜଣ ଛାତ୍ରଛାତ୍ରୀ ପଢ଼ନ୍ତି l ଅଙ୍ଗନବାଡ଼ିରେ ୧୨ଜଣ ପିଲା ପାଠ ପଢ଼ୁଥିବା ବେଳେ ସମସ୍ତଙ୍କୁ ଜୋତା ବଦଳରେ ଚପଲ ଦିଆଯାଇଥିବା ନେଇ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଫୁଲ୍ ଜୋତା ଦେବା ପାଇଁ ନିୟମ ଥିବାବେଳେ ଟଙ୍କା ହଡ଼ପ ଉଦ୍ଦେଶ୍ୟରେ ଏହି ନିୟମକୁ ବେଖାତିର କରି ଛାତ୍ରଛାତ୍ରୀଙ୍କୁ ଚପଲ ବଣ୍ଟନ କରାଯାଇଛି। ବର୍ଷା ଦିନରେ ଏହି ଚପଲ ପିନ୍ଧିକି ଛାତ୍ରଛାତ୍ରୀ ମାନେ ସ୍କୁଲ ଗଲେ କାଦୁଅ ଛିଟା ପଡ଼ି ଡ୍ରେସ କାଦୁଅ ହେବା ସହ ଛାତ୍ରଛାତ୍ରୀଙ୍କ ଅନେକ ସମସ୍ୟା ହେବ ବୋଲି କହିବା ସହ ତୁରନ୍ତ ଏହାକୁ ଫେରସ୍ତ ନେଇ ଫୁଲ୍ ଜୋତା ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମହାନ୍ତି ଏବଂ ବ୍ଲକ ବି ଆର୍ ସି ସି ଙ୍କୁ ଅଭିଯୋଗ କରିଥିଲେ ବି ଏହାର ସମାଧାନ କରାଯାଇନାହିଁ। ଆଗାମୀ ଦିନରେ ଏହାର ସମାଧାନ କରା ନଗଲେ ସ୍କୁଲ ଆଗରେ ଧାରଣାରେ ବସିବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି l ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଶିକ୍ଷା ମହାନ୍ତି ଙ୍କୁ ପଚାରିବାରୁ ଏହା ଠିକ ହୋଇନାହିଁ l ଯଦି ଜୋତା ବଦଳରେ ଚପଲ ଦିଆଯାଇଥାଏ ତାହେଲେ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ହେବା ନେଇ ପ୍ରକାଶ କରିଥିଲେ l ଅନ୍ୟ ପଟେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି ଙ୍କୁ ପଚାରିବାରୁ ଚପଲ ଫେରାଇ ନେବା ପାଇଁ ମୁଁ କହିଛି l ଯଦି ନଫେରାନ୍ତି ତାହେଲେ ବିଲ ଦିଆଯିବନି ବୋଲି କହିଥିଲେ l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
