ସୋନିଆଙ୍କ ଜନ୍ମମାଟିକୁ ସଂଗ୍ରହାଳୟ କରିବେ ଶିଖ୍ ପରିବାର

Nov 19, 2026 - 19:31
ସୋନିଆଙ୍କ ଜନ୍ମମାଟିକୁ ସଂଗ୍ରହାଳୟ କରିବେ ଶିଖ୍ ପରିବାର

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜୀବନୀ ପୁସ୍ତକ 'ବିଲଙ୍ଗିଂ : ଏ ଜର୍ଣ୍ଣି ଅଫ୍ ଲଭ୍‌'କୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଇଟାଲୀରେ ଥିବା ତାଙ୍କ ପୈତୃକ ଘର ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି ।

ଜଣେ ଶିଖ୍‌ ପରିବାର ଏହି ଘରକୁ ସଂଗ୍ରହାଳୟରେ ପରିଣତ କରିବାକୁ ଯୋଜନା କରିଛନ୍ତି ।

Advertisment ସୂଚନା ଅନୁଯାୟୀ, ସୁଖଦେବ ସିଂହ କାଙ୍ଗ ୨୦୨୦ ମସିହାରେ ଇଟାଲୀର ଭେନେଟୋ ଅଞ୍ଚଳ ଅନ୍ତର୍ଗତ ଭିଚେଞ୍ଜା ପ୍ରଦେଶର ଲୁସିଆନା ଗାଁରେ ଥିବା ଏହି ଘରକୁ କିଣିଥିଲେ ।

ଛଅଟି କୋଠରି ଥିବା ଏହି ଘରକୁ ସୋନିଆଙ୍କ ଜନ୍ମସ୍ଥାନ ଭାବେ ଦର୍ଶାଯାଇଛି ।

ଘର ବାହାରେ ଏ ସମ୍ପର୍କରେ ଏକ ଫଳକ ମଧ୍ୟ ଲଗାଯାଇଛି ।

Cyclone Akvan: ବାତ୍ୟା 'ଅକଭାନ' ପାଇଁ ଅନେକଗୁଡ଼ିଏ ଟ୍ରେନ୍‌ ବାତିଲ କଲା ପୂର୍ବତଟ ରେଳପଥ କାଙ୍ଗଙ୍କ କହିବା ଅନୁସାରେ, ଏହି ଘରକୁ ସଂଗ୍ରହାଳୟ କରିବା ପାଇଁ ଆବଶ୍ୟକ ଅନୁମତି ମିଳିସାରିଛି ।

ସୋନିଆ ଗାନ୍ଧୀ ଓ ତାଙ୍କ ସନ୍ତାନ ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟି ପରିବାରର ଇତିହାସ ଓ ପୁରୁଣା ସାମଗ୍ରୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ସେ ଚାହୁଁଛନ୍ତି ।

ସୋନିଆଙ୍କ ପିତା ଷ୍ଟେଫାନୋ ମାଇନୋ ଜଣେ ରାଜମିସ୍ତ୍ରୀ ଓ ନିର୍ମାଣ କାର୍ଯ୍ୟ ଠିକାଦାର ଥିଲେ ।

ଏକ ସାଧାରଣ ପରିବାରରେ ଜନ୍ମ ନେଇଥିବା ସୋନିଆ ପରବର୍ତ୍ତୀ ସମୟରେ ରାଜୀବ ଗାନ୍ଧୀଙ୍କୁ ବିବାହ କରି ଭାରତ ଆସିଥିଲେ।

ପରେ ସେ କଂଗ୍ରେସର ନେତୃତ୍ୱ ନେଇଥିଲେ ।

କାଙ୍ଗଙ୍କ ପରିବାର ଏହି ଘରକୁ ଭଡ଼ାରେ ଦେବା କିମ୍ବା ଅନ୍ୟ କୌଣସି ରୂପ ଦେବାକୁ ଚାହୁଁନାହାନ୍ତି ।

ସୋନିଆଙ୍କ ପରିବାର ସହ ଜଡ଼ିତ ଏହି ସ୍ମୃତିକୁ ସଂରକ୍ଷିତ ରଖିବା ହିଁ ସେମାନଙ୍କ ଉଦ୍ଦେଶ୍ୟ ।

ଏହି ଘରକୁ ଦେଖିବା ପାଇଁ ଭାରତୀୟ ପର୍ଯ୍ୟଟକଙ୍କ ଆଗ୍ରହ ବଢ଼ୁଥିବାରୁ ସ୍ଥାନୀୟ ଗାଁର ଅର୍ଥନୀତିକୁ ମଧ୍ୟ ଲାଭ ମିଳୁଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)