ସାଉଦି ଆକ୍ରମଣରେ ୟେମେନ୍ ର ୩ ଶିଶୁ ମୃତ

Oct 18, 2026 - 08:57
ସାଉଦି ଆକ୍ରମଣରେ ୟେମେନ୍ ର ୩ ଶିଶୁ ମୃତ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି ହୁତି ଓ ସାଉଦି ଆରବ ସଂଘର୍ଷ । ତେଣେ ୟେମେନ୍ ଉପରେ ଆକ୍ରମଣ କରିଛି ସାଉଦି ଆରବ । ଶନିବାର ରାତି ତମାମ ସାଉଦି ଆରବ ଆକ୍ରମଣ କରିଥିବା ବେଳେ ୟେମେନ୍ ରେ ୩ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ହୋଇଛି । ଏନେଇ ହୁତି ବିଦ୍ରୋହୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହୁତିଙ୍କ ସବା ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ସାଉଦି ବାୟୁସେନା ପକ୍ଷରୁ ଧାମାର ପ୍ରଦେଶର ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ହୁତିଙ୍କ ପକ୍ଷରୁ ସାଉଦି ଉପରେ ବାରମ୍ବାର ଆକ୍ରମଣ ହେଉଛି । ଯେଉଁଥିରେ ଲୋହିତ ସାଗରରେ ଥିବା ଜାହାଜ, ତୈଳ କେନ୍ଦ୍ର ଓ ରିୟାଦର ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି ।

ଗତ ସପ୍ତାହରେ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ହୁତିମାନଙ୍କ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୩ରୁ ଅକ୍ଟୋବର ୧୫ ତାରିଖ ମଧ୍ୟରେ ସାଉଦିର ଆକ୍ରମଣରେ ୧୧୫ ଜଣ ୟେମେନ୍ ନାଗରିକଙ୍କ ମୃତ୍ୟୁ ‌ହୋଇଥିବାବେଳେ ୩୦୫ ଜଣ ଆହତ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)