ସହିପାରିଲେନି ସ୍ତ୍ରୀର ନିର୍ଯ୍ୟାତନା: ୧,୭୦୦ ଫୁଟ୍ ଖାଇକୁ ଡେଇଁ…

Oct 20, 2026 - 17:39
ସହିପାରିଲେନି ସ୍ତ୍ରୀର ନିର୍ଯ୍ୟାତନା: ୧,୭୦୦ ଫୁଟ୍ ଖାଇକୁ ଡେଇଁ…

ନନ୍ଦିଘୋଷ ବ୍ୟୁରୋ:  ମାନସିକ ଚାପର କରୁଣ ପରିଣତି । ବିବାହ ମାତ୍ର ୮ ମାସ ପରେ ନେଲେ ଚରମ ନିଷ୍ପତ୍ତି । ୧,୭୦୦ ଫୁଟ ଉଚ୍ଚ ପାହାଡରୁ ଡେଇଁ ଜୀବନ ହାରିଲେ ଯୁବକ ! ଆଉ ଛାଡିଗଲେ ୧୩ ମିନିଟର ଭିଡିଓ, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଦୁଃଖଦ ଏବଂ ଚାଞ୍ଚଲ୍ୟକର ଖବର ଏବେ ପୁରା ଦେଶକୁ ଦୋହଲାଇ ଦେଇଛି । ବୈବାହିକ ବିବାଦ ଏବଂ ମାନସିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ଅକ୍ଟୋବର ୧୨ ତାରିଖରେ ହରିଶ୍ଚନ୍ଦ୍ରଗଡ ଦୁର୍ଗର ପ୍ରାୟ ୧,୭୦୦ ଗଭୀର କୋଙ୍କଣକଡା ଖାଇକୁ ଡେଇଁ ନିଜର ଜୀବନ ହାରିଛନ୍ତି ଜଣେ ଯୁବକ । ମୃତକ ଜଣକ ଗୁଜୁରାଟ ଭାବନଗରର ବାସିନ୍ଦା, ବିଶ୍ବରାଜ ଗୋହିଲ ବୋଲି ଜଣାପଡିଛି । ତେବେ ମୃତ୍ୟୁ ପୂର୍ବରୁ ସେ ଏକ ୧୩ ମିନିଟର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଭିଡିଓରେ ସେ ଘରୋଇ ହିଂସା, ଆଇନର ଅପବ୍ୟବହାରକୁ ରୋକିବା ଏବଂ ନିୟମରେ ପରିବର୍ତ୍ତନ ଆଣିବାକୁ ନେଇ କିଛି ବଡ ଦାବି କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୁଜୁରାଟର ପୋଷ୍ଟାଲ ବିଭାଗରେ କାର୍ଯ୍ୟରତ ୩୦ ବର୍ଷୀୟ ବିଶ୍ବରାଜ ମହାରାଷ୍ଟ୍ର ଅହଲ୍ୟାନଗର, ପୁନେ ଏବଂ ଥାନେ ସୀମାନ୍ତରେ ଥିବା ହରିଶ୍ଚନ୍ଦ୍ରଗଡର କୋଙ୍କଣକଡା ପାହାଡରୁ ଡେଇଁ ଜୀବନ ହାରିଛନ୍ତି । ଆଉ ତାଙ୍କର ଏଭଳି ଚରମ ପଦକ୍ଷେପ ପଛର କାରଣ ହେଉଛି ଘରୋଇ ହିଂସା । କହିରଖୁଛୁ ଯେ, ଚଳିତ ବର୍ଷ ଫେବୃଆରୀ ମାସ ୮ ତାରିଖରେ ଧାରାବା ସରଭୖେୟାଙ୍କ ସହ ତାଙ୍କର ବିବାହ ହୋଇଥିଲା ।  କିଛି ଦିନ ଭଲରେ ବିତିବା ପରେ ଆରମ୍ଭ ହୋଇଥିବା ଅଶାନ୍ତି ।  ଆଉ ଏହି ଅଶାନ୍ତି ଏତେ ମାତ୍ରାରେ ବଢିଗଲା ଯେ, ମାତ୍ର ୮ ମାସ ମଧ୍ୟରେ ହିଁ ସ୍ତ୍ରୀ ଓ ଶ୍ବଶୁର ଘର ଲୋକଙ୍କ ସହ ବିବାଦ ଚରମ ସୀମାରେ ପହଁଚିଲା । ଏପରିକି ଗତ ସେପ୍ଟେମ୍ବର ମାସରେ ତାଙ୍କ ପତ୍ନୀ ତାଙ୍କ ଏବଂ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଘରୋଇ ହିଂସା ମାମଲା ରୁଜୁ କରିଥିଲେ । ଯାହାପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ଏବଂ ଗୋହିଲ ମଧ୍ୟ ଅକ୍ଟୋବର ୯ ତାରିଖରେ କୋର୍ଟରେ ହାଜର ହୋଇଥିଲେ ।  ଧିରେ ଧିରେ ସେ ଏଥିରେ ଏତେ ମାତ୍ରାରେ ବିଶାଦଗ୍ରସ୍ତ ହୋଇଗଲେ ଯେ,ମୃତ୍ୟୁ ଛଡା ତାଙ୍କୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ । ହେଲେ ମରିବା ପୂର୍ବରୁ ସେ ଏକ ଭିଡିଓ କରି ଗୋଟି ଗୋଟି କରି ସବୁ କଥା ବଖାଣିଥିଲେ ।  ମୃତ୍ୟୁ ପୂର୍ବର ସେହି ୧୩ ମିନିଟର ଭିଡିଓରେ ବିଶ୍ବରାଜ ଅତ୍ୟନ୍ତ ମାନସିକ ଚାପରେ ଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କ ପରିବାର ଉପରେ ମିଥ୍ୟା ଆରୋପ ଲଗାଯାଇ ହଇରାଣ ହରକତ କରାଯାଉଛି । ଏହାସହିତ ସେ ଦେଶରେ ଘରୋଇ ହିଂସା ଏବଂ ବୈବାହିକ ବିବାଦ ସମ୍ପର୍କିତ ଆଇନର ପୁନର୍ବିଚାର କରିବାକୁ ସରକାର ଏବଂ ପ୍ରଶାସନକୁ ଅନୁରୋଧ କରିଛନ୍ତି, ଯଦ୍ଦ୍ବାରା ତାଙ୍କ ଭଳି କୌଣସି ନିର୍ଦ୍ଦୋଶ ପୁରୁଷ କିମ୍ବା ତାଙ୍କର ପରିବାର ଏଭଳି ଚାପର ଶିକାର ହେବେ ନାହିଁ ।

ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ, କିଛି ପଥଚାରୀମାନେ ପାହାଡ ନିକଟରେ ମୋଟରସାଇକେଲ ଏବଂ ମୋବାଇଲ ଫୋନ୍ ଦେଖି ପୋଲିସକୁ ଖବର ଦେଇଥିଲେ । ଯାହାପରେ ପ୍ରାୟ ୨୪ ଘଣ୍ଟାର ପରିଶ୍ରମ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଲାଇଛି । ଏହି ଘଟଣା ପୁଣିଥରେ ସମାଜରେ ବୈବାହିକ ବିବାଦ ଏବଂ ଆଇନଗତ ପ୍ରକ୍ରିୟା ମଧ୍ୟରେ ସୃଷ୍ଟି ହେଉଥିବା ମାନସିକ ଚାପକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)