ସତ୍ୟ ନିକେତନ କୋଠା ଭୁଶୁଡ଼ିବା ପରେ ଆକ୍ସନ, ଦିଲ୍ଲୀରେ ବେଆଇନ କୋଠାରେ ବୁଲଡୋଜର
ନନ୍ଦିଘୋଷ ବ୍ୟୁରୋ : ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣା ପରେ ଆକ୍ସନ ମୋଡରେ ଦିଲ୍ଲୀ ମୁନିସିପାଲ କର୍ପୋରେସନ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନେକ କୋଠାରେ ବୁଲିବାରେ ଲାଗିଛି ବୁଲଡୋଜର । ଏହି କ୍ରମରେ ମୟୂର ବିହାର ଫେଜ୍-୧ ଏକ୍ସଟେନ୍ସନ୍ର ଏକ ହାଉସିଂ ସୋସାଇଟିରେ ବେଆଇନ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୯ ତାରିଖର ଏକ ଆଦେଶରେ, କାର୍ଯ୍ୟକାରୀ ମୁଖ୍ୟ ବିଚାରପତି (ACJ) ମନମୋହନ ଏବଂ ବିଚାରପତି ତୁଷାର ରାଓ ଗେଡେଲାଙ୍କୁ ନେଇ ଗଠିତ ହାଇକୋର୍ଟର ଖଣ୍ଡପୀଠ ରାୟ ଦେଇଛନ୍ତି ଯେ, ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନ୍ ଅନୁଯାୟୀ MCD ଯେକୌଣସି ଅନଧିକୃତ ନିର୍ମାଣକୁ ହଟାଇବା ପାଇଁ ସମ୍ପୂର୍ଣ୍ଣ କ୍ଷମତାପ୍ରାପ୍ତ ଅଟେ । ଗାନ୍ଧୀ ବିହାର ଏଫ-ବ୍ଲକରେ ଏକ ନଇଁଯାଇଥିବା କୋଠାକୁ ଭାଙ୍ଗିଛି ଦିଲ୍ଲୀ ମହାନଗର ନିଗମ । ସେହିପରି ମୁଖାର୍ଜୀ ନଗରରେ ବେଆଇନ ଭାବେ ନିର୍ମିତ କୋଠାକୁ ଭଙ୍ଗାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
