ସଂଗଠନ ଛାଡ଼ି ହିଂସାର ରାସ୍ତା ପରିତ୍ୟାଗ କଲେ ୬ ମାଓବାଦୀ

Oct 13, 2026 - 11:33
ସଂଗଠନ ଛାଡ଼ି ହିଂସାର ରାସ୍ତା ପରିତ୍ୟାଗ କଲେ ୬ ମାଓବାଦୀ

ଛତିଶଗଡ଼  : ସଂଗଠନ ଛାଡ଼ି ହିଂସାର ରାସ୍ତା ପରିତ୍ୟାଗ କଲେ ୬ ମାଓବାଦୀ କ୍ୟାଡର। ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ଏହି ୬ ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୪ ଜଣ ପିପିସିଏମ୍ ଏବଂ ୨ ଜଣ ପାର୍ଟି ମେମ୍ବର ରାଙ୍କର କ୍ୟାଡର ରହିଛନ୍ତି। ସେମାନଙ୍କ ନାମରେ ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ବିଜାପୁର ପୋଲିସର ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଓଡ଼ିଶା ରାଜ୍ୟରେ ସକ୍ରିୟ ମାଓବାଦୀ ସଂଗଠନ ସହ ଜଡ଼ିତ ଥିଲେ। ଅନ୍ୟ ୨ ଜଣ ପଶ୍ଚିମ ବସ୍ତର ଡିଭିଜନର ସଂଗଠନ ଛାଡ଼ି ଫେରାର ଥିଲେ । ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି, ସୁରକ୍ଷା ବାହିନୀର ଲଗାତାର ଅଭିଯାନ ଏବଂ ପୁନର୍ବାସ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ସେମାନେ ହିଂସାର ରାସ୍ତା ଛାଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ଆତ୍ମସମର୍ପଣ ପ୍ରକ୍ରିୟାରେ ଡିଆରଜି ବିଜାପୁର, ସିଆରପିଏଫ୍ ୧୭୦ତମ ବାଟାଲିୟନ ଏବଂ ବିଜାପୁର ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା, ଦକ୍ଷତା ବିକାଶ ପ୍ରଶିକ୍ଷଣ, ଶିକ୍ଷା, ଆବାସ ଏବଂ ରୋଜଗାର ସମ୍ବନ୍ଧୀୟ ସୁବିଧା ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନେ ସମାଜର ମୁଖ୍ୟସ୍ରୋତକୁ ଫେରି ନୂଆ ଜୀବନ ଆରମ୍ଭ କରିପାରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)