ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଆଇନ ମନ୍ତ୍ରୀ

Jul 29, 2026 - 13:04
ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ବର୍ଷ ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ସେଥିପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ରଥଯାତ୍ରା ଶୃଙ୍ଖଳିତ ହୋଇଛି । ସେବାୟତ ବୃନ୍ଦ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରିଛନ୍ତି । ପ୍ରତିକୂଳ ପାଗ ସତ୍ୱେ ସମସ୍ତ ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ କର୍ମୀ, ବିଦ୍ୟୁତ କର୍ମଚାରୀ, ସ୍ୱେଚ୍ଛାସେବୀ ମହାପ୍ରଭୁଙ୍କ ରଥଯାତ୍ରାରେ ନିଜର ସେବା ଯୋଗାଇଛନ୍ତି । ସେହିପରି ଭାରତ ଏବଂ ଭାରତ ବାହାରୁ ଆସିଥିବା ସମସ୍ତ ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନରେ ସାମିଲ ହୋଇଥିବାରୁ ଆଇନ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ସାରା ବିଶ୍ୱରେ ମହାପ୍ରଭୁ ତାଙ୍କର କୃପା ବର୍ଷାନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ଆଇନ ମନ୍ତ୍ରୀ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।