ଅଜବ ପ୍ରତିଯୋଗିତା

Jul 28, 2026 - 15:15
ଅଜବ ପ୍ରତିଯୋଗିତା

 

ରୁଷର ଏକ ସପିଂ ମଲ୍ରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ଲମ୍ବିଂ କମ୍ପାନୀ ଗେମ୍ ଅଫ୍ ଥ୍ରୋନ୍ସନାମକ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରିଥିଲା । ଏହି କମ୍ପିଟିସନ୍ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ନୂଆ ଟଏଲେଟ୍ ବାଉଲ୍ ଭିତରେ ରଖାଯାଇଥିବା ସଫା କପ୍ରୁ ଷ୍ଟ୍ର ସାହାଯ୍ୟରେ ନନ୍-ଆଲକୋହଲିକ୍ ସ୍ପାର୍କଲିଂ ଡ୍ରିଙ୍କ୍ ପିଇବାକୁ କୁହାଯାଇଥିଲା । ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ପ୍ରତି ଗ୍ରୁପ୍ରେ ସବୁଠାରୁ ଦ୍ରୁତ ଗତିରେ ଡ୍ରିଙ୍କ୍ ଶେଷ କରିଥିବା ବ୍ୟକ୍ତି ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲେ । ପରେ ଫାଇନାଲ୍ ରାଉଣ୍ଡରେ ୭ ଜଣ ପ୍ରତିଯୋଗୀଙ୍କୁ ବନ୍ଦ ଟଏଲେଟ୍ ସିଟ୍ ଉପରେ ସବୁଠାରୁ ଅଧିକ ସମୟ ବସିରହିବାର ଚ୍ୟାଲେଞ୍ଜ ଦିଆଯାଇଥିଲା । ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିବା ଏହି ଅଜବ ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଶେଷ ପର୍ଯ୍ୟନ୍ତ ବସିରହିଥିବା ବେଳେ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଇଭେଣ୍ଟକୁ ନେଇ କିଛି ସମାଲୋଚନା ପରେ ଆୟୋଜକମାନେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ଡ୍ରିଙ୍କ୍ ସିଧାସଳଖ ଟଏଲେଟ୍ରେ ନଢାଳି ତାଭିତରେ ରଖାଯାଇଥିବା ସମ୍ପୂର୍ଣ୍ଣ ସଫା କପ୍ରେ ପରିବେଷଣ କରାଯାଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।