ଲଗାଣ ବର୍ଷାକୁ ନେଇ କନ୍ଧମାଳରେ ୨ଦିନ ସ୍କୁଲ ଛୁଟି ଘୋଷଣା

କନ୍ଧମାଳ : ବଙ୍ଗୋପସାଗରରେ ଲଘୁଚାପ ଫଳରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆସନ୍ତାକାଲି ଠାରୁ ବର୍ଷାର ବେଗ ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳରେ ୨ ଦିନିଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ବେଦ ଭୂଷଣ । ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଏବଂ ଅଙ୍ଗନବାଡି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ତେବେ ଏହି ସମୟରେ ପରୀକ୍ଷା ଓ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିବ । ତେବେ ପରିସ୍ଥିତି ସାଧାରଣ ହେଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି । ଲଗାଣ ବର୍ଷାରେ ଜୀବନ ଯାତ୍ରା ପ୍ରଭାବିତ ହେଉଥିବାରୁ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ମଧ୍ୟ ଅପିଲ୍ କରାଯାଇଛି ।