ରୋବୋଟ ମାଗୁଛି ଭିକ 

Jun 30, 2026 - 16:12
ରୋବୋଟ ମାଗୁଛି ଭିକ 

 

ଚୀନର ସିଚୁଆନ୍ ପ୍ରଦେଶର ଏକ ରାସ୍ତାକଡ଼ରେ ଆଣ୍ଠୁମାଡ଼ି ବସିଥିବା ଏକ ହ୍ୟୁମାନଏଡ୍  ରୋବୋଟ୍ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ରୋବୋଟ୍ଟି ନିଜର କୌଣସି ଅସାଧାରଣ କାର୍ଯ୍ୟ ପାଇଁ ନୁହେଁ, ବରଂ ନିଜର ବିଦ୍ୟୁତ୍ ବିଲ୍ ପରିଶୋଧ କରିବା ଏବଂ ଚାର୍ଜିଂ ପାଇଁ ଲୋକମାନଙ୍କୁ ସାହାଯ୍ୟ ମାଗୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ରୋବୋଟ୍ଟି ଗୋଟିଏ ଆଣ୍ଠୁ ମାଡ଼ି ଦୁଇ ହାତ ଯୋଡ଼ି ଯାତ୍ରୀମାନଙ୍କୁ ପ୍ରଣାମ କରୁଥିବା ବେଳେ ତାପାଖରେ ନଗଦ ଟଙ୍କା ରଖିବା ପାଇଁ ଏକ ପ୍ଲେଟ୍ ଏବଂ ଡିଜିଟାଲ୍ ପେମେଣ୍ଟ ପାଇଁ ଏକ କ୍ୟୁଆର କୋଡ୍ ରଖାଯାଇଛି । ଏଥିସହିତ ସେଠାରେ ଲାଗିଥିବା ଏକ ଏଲଇଡି ସାଇନ୍ ବୋର୍ଡ ଏବଂ ଲାଉଡସ୍ପିକର ମାଧ୍ୟମରେ "ରିଚାର୍ଜ କରିବାକୁ ଟଙ୍କା ନାହିଁ" ଏବଂ "ଦୟାକରି ବିଦ୍ୟୁତ୍ ବିଲ୍ ପାଇଁ ସାହାଯ୍ୟ କରନ୍ତୁ" ଭଳି ବାର୍ତ୍ତା ବାରମ୍ବାର ପ୍ରସାରିତ ହେଉଛି । ରିପୋର୍ଟ ଅନୁଯାୟୀ, ଏହି ରୋବୋଟ୍ଟି ଚୀନର ରୋବୋଟିକ୍ସ କମ୍ପାନୀ ୟୁନିଟ୍ରିଦ୍ୱାରା ନିର୍ମିତ ୟୁନିଟ୍ରି ଜି୧ଅଟେ, ଯାହା ଚଳିତ ବର୍ଷ ଆରମ୍ଭରେ ଇକ୍ୱାଡୋରର ଚିମ୍ବୋରାଜୋ ଆଗ୍ନେୟଗିରି ଆରୋହଣ କରି ଚର୍ଚ୍ଚାକୁ ଆସିଥିଲା । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।