ରେସିଡେନ୍ସିଆଲ ଅଞ୍ଚଳରେ ରହିପାରିବ ନାହିଁ ବ୍ୟବସାୟିକ ପ୍ରତିଷ୍ଠାନ

Nov 27, 2026 - 20:43
ରେସିଡେନ୍ସିଆଲ ଅଞ୍ଚଳରେ ରହିପାରିବ ନାହିଁ ବ୍ୟବସାୟିକ ପ୍ରତିଷ୍ଠାନ

ଭୁବନେଶ୍ବର: ଏଣିକି ଆବାସିକ ବ୍ୟବହାର ପାଇଁ ସ୍ବତନ୍ତ୍ର ଭାବେ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକରେ ଚାଲି ପାରିବନି ବାଣିଜ୍ୟିକ କାର୍ଯ୍ୟକଳାପ । ଲୋକଙ୍କ ଏପରି ଡବଲ ନୀତି ଉପରେ ଲାଗିଲା ସୁପ୍ରିମକୋର୍ଟଙ୍କ ଛାଟ । ଏପରି ବେଆଇନ କାର୍ଯ୍ୟକଳାପ ଚିହ୍ନଟ ହେଲେ ସମ୍ପୃକ୍ତ ଘର ବା ପ୍ରତିଷ୍ଠାନକୁ ସିଲ୍ କରିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ, ଯେଉଁ ଅଞ୍ଚଳରେ ଜମି ବା ଘରର ବ୍ୟବହାର ବାଣିଜ୍ୟିକ କିମ୍ବା ଆବାସିକ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ନାହିଁ, ସେଠାରେ ମିଶ୍ରିତ ବ୍ୟବହାର ସମ୍ପର୍କରେ ବିଚାର କରିବାର ଆବଶ୍ୟକତା ରହିପାରେ । ତେବେ ବର୍ତ୍ତମାନ ପାଇଁ ଯେଉଁ ସ୍ଥିତି ରହିଛି, ତାହାକୁ ଅପରିବର୍ତ୍ତିତ ରଖିବାକୁ କୋର୍ଟ କହିଛନ୍ତି । ଏହା ସତ୍ତ୍ବେ ଆଇନଗତ ପ୍ରକ୍ରିୟା ଜାରି ରହିପାରିବ । ତେବେ ଟାଉନ ପ୍ଲାନରମାନେ ଭିନ୍ନ ମତ ରଖିଛନ୍ତି । ଭଡ଼ାଟିଆ ଭଡ଼ା ରହୁଛନ୍ତି । ସେମାନେ ମଧ୍ୟ ଘର ମାଲିକଙ୍କୁ ଭଡ଼ା ଦେବା ଏକ ପ୍ରକାର ବାଣିଜ୍ୟିକ କାର୍ଯ୍ୟକଳାପ । ସେହିପରି ଘରେ ବଡ଼ ବଡ଼ ଦୋକାନ ଗଢି ଉଠିଛି । ସେମାନଙ୍କୁ ଠିକ୍ ଭାବେ ପୃଥକୀକରଣ କରି ଗାଇଡଲାଇନ ଆଣିଲେ ନିୟମ ପାଳନ ସରଳ ହୋଇ ପାରିବ ବୋଲି ଟାଉନ ପ୍ଲାନର ମତ ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ଏପରି କଡ଼ା ନିଷ୍ପତ୍ତି ପରେ ଏହାର କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ୍ବରେ ରାଜ୍ୟ ସରକାର । ଏତେ ଦିନରୁ ଗଢି ଉଠିଥିବା ଘର ସହ ବାଣିଜ୍ୟିକ ପ୍ରତିଷ୍ଠାନ କିପରି ସିଲ କରିବେ, ତାହା ନଗର ଉନ୍ନୟନ ବିଭାଗ ସ୍ପଷ୍ଟ କରି ପାରୁନି । କାରଣ ଘର ହରାଇଥିବା ଲୋକ କେବେ ବି ସରକାରଙ୍କୁ ସମର୍ଥନ ଦେବେ ନାହିଁ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତର୍ଜମା କରିବା ରାଜ୍ୟ ସରକାର ସମୟ ମାଗିଛନ୍ତି । ବର୍ତ୍ତମାନ ସ୍ଥିତିରେ କୌଣସି ଘର ସିଲ ନ କରିବାକୁ ନିଷ୍ପତ୍ତି ନେଇଛି ନଗର ଉନ୍ନୟନ ବିଭାଗ । ହେଲେ କେତେ ଦିନ ସୁପ୍ରିମକୋର୍ଟଙ୍କ ନିୟମ ମାନିବେ ନାହିଁ ? ସାରା ଦେଶ ପାଇଁ ସମାନ ନିୟମ । ତେବେ ଏହାକୁ ନେଇ ଆଇନଜୀବୀଙ୍କ ମତ ହେଉଛି ଯେ ରାଜ୍ୟ ସରକାର ଆଡଭୋକେଟ ଜେନେରାଲଙ୍କ ଜରିଆରେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଏସଏଲପି ବା ସ୍ବତନ୍ତ୍ର ଲିଭ ପିଟିସନ ଦାଖଲ କରିପାରିବେ । କାରଣ ଘର ନିର୍ମାଣ ସମୟରେ ପାର୍କିଂ ସମସ୍ୟା, ଭିଡ଼ ଓ ଅନ୍ୟ ଦିଗକୁ ଏନଫୋର୍ସମେଣ୍ଟ ଏଜେନସି ଦେଖି ନଥିବେ । ଏହାର ସମାଧାନ ବାହାର କରିବାକୁ ସୁପ୍ରିମକୋର୍ଟଙ୍କୁ ସମୟ ମାଗି ହେବ ।

ଏହି କ୍ରମରେ ସୁପ୍ରିମକୋର୍ଟ ଆଉ ଏକ ନିଷ୍ପତ୍ତି ବି ଶୁଣାଇଛନ୍ତି । ଜମିର ମାଲିକାନା ଅଧିକାର ସମ୍ପର୍କିତ ବିବାଦ କିମ୍ବା ଅନ୍ୟ କୌଣସି ମାମଲା ବିଚାରାଧୀନ ଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଲାଗୁ ହେବ । ଏଥିସହ ଯେଉଁ ନିର୍ମାଣ ସମ୍ପୂର୍ଣ୍ଣ ଭାବେ ବିନା ଅନୁମତି ଓ ବିନା ସ୍ବୀକୃତିରେ କରାଯାଇଛି, ସେଠାରେ ଆଇନ ଅନୁଯାୟୀ ସିଲ୍ କିମ୍ବା ଭଙ୍ଗାଯିବା ପ୍ରକ୍ରିୟା ଜାରି ରହିବ । ପକ୍ଷପାତମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ କଡ଼ା ଚେତାବନୀ ମଧ୍ୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)