ରାସ୍ତା ନଥିବାରୁ ୩ କିମି ଦୋଳାରେ ବୁହା ହେଲେ ଅସୁସ୍ଥ ମହିଳା

Aug 20, 2026 - 16:07
ରାସ୍ତା ନଥିବାରୁ ୩ କିମି ଦୋଳାରେ ବୁହା ହେଲେ ଅସୁସ୍ଥ ମହିଳା

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଅନ୍ତର୍ଗତ ଗାଇଡା-ଏ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଗାଁକୁ ଯାତାୟାତ ପାଇଁ ପକ୍କା ରାସ୍ତା ନଥିବାରୁ ଜଣେ ଅସୁସ୍ଥ ମହିଳାଙ୍କୁ ପ୍ରାୟ ୩ କିଲୋମିଟର ଦୋଳାରେ ବୋହି ନିଆଯାଇଛି। ଗାଁର ପୂର୍ଣ୍ଣଚନ୍ଦ୍ର କାର୍ଜିଙ୍କ ପତ୍ନୀ ବେଙ୍ଗିନୀ କିଛିଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗ୍ରାମବାସୀ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେବାକୁ ଉଦ୍ୟମ କରିଥିଲେ। ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ ଦୋଳାରେ ବୋହି ପ୍ରାୟ ୩ କିଲୋମିଟର ଦୁର୍ଗମ ରାସ୍ତା ଦେଇ ବାଦୁଆ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାତ୍ରପୁର ଡାକ୍ତରଖାନା ପଠାଯାଇଥିଲା।

ଗାଇଡା-ଏ ଗାଁକୁ ପକ୍କା ରାସ୍ତା ନଥିବାରୁ ବର୍ଷାଦିନେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଉଛି। ବିଶେଷକରି ରୋଗୀ, ଗର୍ଭବତୀ ମହିଳା ଓ ବୃଦ୍ଧବୃଦ୍ଧାଙ୍କୁ ଜରୁରୀ ସମୟରେ ଡାକ୍ତରଖାନା ନେବା ଏକ ବଡ଼ ସମସ୍ୟା ପାଲଟିଛି। ନିକଟସ୍ଥ ଧୋବାଲିଙ୍ଗି ଅଞ୍ଚଳକୁ ରାସ୍ତା ନିର୍ମାଣ ଚାଲିଥିବା ବେଳେ ଏହା ସହ ଗାଇଡା-ଏ ଗାଁକୁ ମଧ୍ୟ ସଂଯୋଗ କରି ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)