ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ; ଆସନ୍ତା ୨-୩ ଦିନ ମଧ୍ୟରେ ରାତି ତାପମାତ୍ରା ୩-୫ ଡିଗ୍ରୀ କମିବା ସମ୍ଭାବନା

Nov 25, 2026 - 11:29
ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ; ଆସନ୍ତା ୨-୩ ଦିନ ମଧ୍ୟରେ ରାତି ତାପମାତ୍ରା ୩-୫ ଡିଗ୍ରୀ କମିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍‌ସିୟସ୍‌ ହ୍ରାସ ପାଇବା ସମ୍ଭାବନା ରହିଛି। ଫଳରେ ରାତି ସହ ସକାଳ ସମୟରେ ଶୀତର ଅନୁଭୂତି ଅଧିକ ହେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ରାତି ତାପମାତ୍ରା ଖସିବ। ଏହି ସ୍ଥିତି ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିପାରେ। ପାଣିପାଗ ବିଜ୍ଞାନୀ ଡ. ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬ରୁ ୬.୪ ଡିଗ୍ରୀ ଅଧିକ ରହିଛି। ତେବେ ଆକାଶ ମେଘମୁକ୍ତ ହେବା ସହ ଶୁଷ୍କ ପବନ ପ୍ରବାହ ଯୋଗୁଁ ପାରଦ ତଳକୁ ଖସିବା ଆଶା କରାଯାଉଛି।

ଗତ ୨୪ ଘଣ୍ଟାର ତାପମାତ୍ରା ରେକର୍ଡ ଅନୁଯାୟୀ, ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୧୫.୫ ଡିଗ୍ରୀ, ଫୁଲବାଣୀରେ ୧୬ ଡିଗ୍ରୀ ଓ ବୌଦ୍ଧରେ ୧୬.୬ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ସେହିପରି କଟକରେ ୧୯.୬ ଡିଗ୍ରୀ ଓ ଭୁବନେଶ୍ୱରରେ ୨୨.୯ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା। ଅନ୍ୟପକ୍ଷରେ ଶୀତ ସହ କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ କୁହୁଡ଼ି ମଧ୍ୟ ଜନଜୀବନକୁ ପ୍ରଭାବିତ କରିପାରେ। ନଭେମ୍ବର ୨୫ ସକାଳ ପର୍ଯ୍ୟନ୍ତ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ। ଅନ୍ୟପଟେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ହଳଦିଆ ସତର୍କତା ଜାରି ହୋଇଛି। ଏହି ଅଞ୍ଚଳଗୁଡ଼ିକରେ ଦୃଶ୍ୟମାନ କ୍ଷମତା ୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ହ୍ରାସ ପାଇପାରେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)