ରାଜନୀତିର ପଶାପାଲିରେ ବଳି ପଡ଼ିଗଲା ସ୍କୁଲ

Oct 23, 2026 - 18:23
ରାଜନୀତିର ପଶାପାଲିରେ ବଳି ପଡ଼ିଗଲା ସ୍କୁଲ

ନନ୍ଦିଘୋଷ ବ୍ୟୁରୋ: ରାଜନୀତିର ପଶାପାଲିରେ ବଳି ପଡ଼ିଗଲା ସ୍କୁଲ । 5T ସ୍କୁଲରେ ନା ଅଛି ବିଜୁଳି ନା ପାନୀୟ ଜଳ । ଅନ୍ଧାରରେ ପାଠ ପଢ଼ା ଚାଲିଥିବା ବେଳେ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଛାତ୍ରଛାତ୍ରୀ । ସେପଟେ ପାଚେରୀ ନଥିବାରୁ ସ୍କୁଲ ପରିସରକୁ ଅସାମାଜିକ ବ୍ୟକ୍ତି ଅବାଧରେ ପ୍ରବେଶ କରୁଛନ୍ତି । ଏଭଳି ଘୋର ସମସ୍ୟା ଘେରରେ ରହିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଖିରିଡ଼ା ହାଇସ୍କୁଲ ।

ପୂର୍ବ ସରକାରଙ୍କ ସମୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଖିରିଡ଼ା ହାଇସ୍କୁଲର ହୋଇଥିଲା ରୂପାନ୍ତରୀକରଣ। ସ୍ମାର୍ଟ କ୍ଲାସରୁମ୍, ସାଇନ୍ସ ଲାବ୍ରଟୋରୀ, ଇ-ଲାଇବ୍ରେରୀ, ପାନୀୟ ଜଳ, ଶୌଚାଳୟ ସହ ସ୍କୁଲ କ୍ୟାମ୍ପସର ହୋଇଥିଲା ସୌନ୍ଦର୍ଯ୍ୟକରଣ । ହେଲେ ରୂପାନ୍ତରିତ ସ୍କୁଲର ଦାୟିତ୍ଵ ନେବାକୁ ଭୁଲିଗଲେ ରାଜ୍ୟ ସରକାର । ଫଳରେ ଅନ୍ଧାରରେ ଚାଲିଛି ପିଲାଙ୍କ ପାଠପଢା । କେବଳ ବିଦ୍ୟୁତ୍ ନୁହେଁ, ସ୍କୁଲ ଚାରିପଟେ ପାଚେରୀ ମଧ୍ୟ ନାହିଁ । ଅସାମାଜିକ ବ୍ୟକ୍ତି ମାନେ ସ୍କୁଲ ପରିସରକୁ ଅବାଧରେ ପ୍ରବେଶ କରୁଛନ୍ତି । ଝରକା କାଚ ଭାଙ୍ଗି ଦେଉଛନ୍ତି । ଖାଲି ଏତିକିରେ ସରିନି ଛାତ୍ରଛାତ୍ରୀଙ୍କ ଦୁଃଖ, ପିଇବା ପାଇଁ ସ୍କୁଲରେ ପାନୀୟ ଜଳର ମଧ୍ୟ ସୁବିଧା ନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସ୍କୁଲର ଏସବୁ ସମସ୍ୟା ନେଇ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଶିକ୍ଷା ବିଭାଗକୁ ଜଣାଇବା ପରେ ବି ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)