ରାଉରକେଲାରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଓ ପୂଜା କମିଟି ପକ୍ଷରୁ ବିଶେଷ ଆୟୋଜନ

Oct 15, 2026 - 18:43
ରାଉରକେଲାରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଓ ପୂଜା କମିଟି ପକ୍ଷରୁ ବିଶେଷ ଆୟୋଜନ

ରାଉରକେଲା : ରାଉରକେଲାରେ ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ଦୁର୍ଗାପୂଜା । ମାଆଙ୍କୁ ଦର୍ଶନ ବେଳେ ଭକ୍ତଙ୍କୁ ହେବନି କୌଣସି ଅସୁବିଧା । ସୃଷ୍ଟି ହେବନି ଟ୍ରାଫିକ୍ ସମସ୍ୟା । ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀଙ୍କ ଉପରେ ରହିଛି ପୋଲିସର କଡ଼ା ନଜର । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସିଭିକ ସେଣ୍ଟର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି ବ୍ରିଜେଶ କୁମାର ରାଏ ରାଉରକେଲା ଏସପି, ନିତେଶ ଓ୍ବାଧଓ୍ଵାନୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ସହ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ସମସ୍ତ ପୁଜା କମିଟିକୁ ଅନୁରୋଧ କରାଯାଇଛି । ରାଉରକେଲା ସହରରେ ଚଳିତ ବର୍ଷ ୧୦୯ ଟି ମଣ୍ଡପରେ ମାଆ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ। ଚଳିତ ବର୍ଷ ରାଉରକେଲା ସହରର ୨୨ ଟି ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇ ଥିବା ବେଳେ କୈଣସି ରାସ୍ତା ଉପରେ ଗାଡି ପାର୍କିଂ କରାଯିବ ନାହିଁ ବୋଲି ପୋଲିସ୍ ପକ୍ଷରୁ ନିଷ୍ପତ୍ତି ହୋଇଛି। ଦୁର୍ଗାପୂଜା ସମୟରେ ସୁନା ଅଳଙ୍କାର ଛିନତାଇ, ଘରୁ ଚୋରୀ ସମ୍ପୁର୍ଣ୍ଣ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ସହରରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ ।

ମାଆ ଦୁର୍ଗାଙ୍କ ପୁଜା ବେଶ ଧୁମଧାମରେ ଓ ଯାକଜକମରେ ପାଳନ କରିବା ପାଇଁ ସମସ୍ତ ପୁଜା କମିଟି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପୁଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାକୁ ନିଷ୍ପତ୍ତି ହୋଇଛି। ରାଉରକେଲା ସହରର ସମସ୍ତ ପୁଜା ମଣ୍ଡପରେ ସୁଉଚ୍ଚ ତୋରଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଉଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦେଶକୁ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ରାବଣପୋଡି ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)