Welcome!

Unlock your personalized experience.
Sign Up

UP Polls: ସମାଜବାଦୀ ପାର୍ଟିରେ ଯୋଗଦେଲେ ୫ ଭାଇ

Oct 15, 2026 - 18:33
UP Polls: ସମାଜବାଦୀ ପାର୍ଟିରେ ଯୋଗଦେଲେ ୫ ଭାଇ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା) ପାଇଁ ଗୁରୁବାର, ଅକ୍ଟୋବର ୧୫ ଏକ ବିଶେଷ ଦିନ ରହିଛି। ଆଜି ଦଳରେ ୫ ଜଣ ନେତା ଯୋଗ ଦେଇଛନ୍ତି। ତେବେ ଏହି ୫ ଭାଇଙ୍କ ନାମ ଭଗବାନଙ୍କ ନାମ ଅନୁସାରେ ହୋଇଥିବାରୁ ସେମାନଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ସମାଜବାଦୀ ପାର୍ଟିକୁ ଆଜି ‘ପାଞ୍ଚ ଭଗବାନଙ୍କ’ ସାଥ୍‌ ମିଳିଥିବା କୁହାଯାଉଛି।

କିଏ ଏହି ୫ ଭାଇ?

ଭବାନୀ ଭୀଖ ଶୁକ୍ଳାଙ୍କ ପାଞ୍ଚ ପୁଅ ଭଗବାନ ଶିବ ଶୁକ୍ଳା, ଭଗବାନ ବିଷ୍ଣୁ ଶୁକ୍ଳା, ଭଗବାନ ଶଙ୍କର ଶୁକ୍ଳା, ଭଗବାନ ଶୁକ୍ଳା ଏବଂ ଭଗବାନ କୃଷ୍ଣ ଶୁକ୍ଳା ଗୁରୁବାର ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ପାଞ୍ଚ ଭାଇ ଦଳରେ ସାମିଲ ହେବା ପରେ ସେମାନଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

‘ଯନ୍ତ୍ରଣା ବଢ଼ୁଛି, ପିଡିଏ ମଧ୍ୟ ବଢ଼ୁଛି’: ଅଖିଳେଶ ଯାଦବ

ଦଳରେ ନୂଆ ନେତାମାନଙ୍କୁ ସାମିଲ କରିବା ଅବସରରେ ଅଖିଳେଶ ଯାଦବ କହିଛନ୍ତି, “ଆଜି ସମାଜବାଦୀ ପରିବାର ଏବଂ ପିଡିଏ ପରିବାର ବଢ଼ିଚାଲିଥିବାରୁ ମୁଁ ଖୁସି। ଯେତେ ଅପମାନ ଓ ଦୁଃଖ ବଢ଼ୁଛି, ସେତେ ପିଡିଏ ପରିବାର ମଧ୍ୟ ବୃଦ୍ଧି ପାଉଛି। ପିଡିଏ ଆଗକୁ ବଢ଼ିବ ଏବଂ ଏହାକୁ ରୋକିବାକୁ ଚେଷ୍ଟା କରୁଥିବା ଲୋକମାନେ ମଧ୍ୟ ଏହାକୁ ରୋକିପାରିବେ ନାହିଁ।”

ପାଞ୍ଚ ଶୁକ୍ଳା ଭାଇଙ୍କୁ ଦଳରେ ସ୍ୱାଗତ କରି ଅଖିଳେଶ କହିଛନ୍ତି, “ଆଜି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ପରିବାରକୁ ଦେଖିବା ଏବଂ ସେମାନଙ୍କ ନାମ ଶୁଣିବା ପରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି। ଗୋଣ୍ଡାର ସମସ୍ତ ନେତା ଏଠାରେ ଉପସ୍ଥିତ ଅଛନ୍ତି। ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବାରୁ ଭବାନୀ ଭୀଖ ଶୁକ୍ଳାଙ୍କୁ ଧନ୍ୟବାଦ ଜଣାଉଛି। ତାଙ୍କର ପାଞ୍ଚ ପୁଅଙ୍କ ନାମ ବିଶେଷ। ଆମ ସମାଜରେ ଏହି ନାମଗୁଡ଼ିକୁ କେହି ଭୁଲିପାରିବେ ନାହିଁ। ବିଶେଷକରି ସନାତନ ଧର୍ମାବଲମ୍ବୀମାନେ ଏହି ନାମଗୁଡ଼ିକୁ କେବେ ଭୁଲିପାରିବେ ନାହିଁ। ମୁଁ ପାଞ୍ଚ ଭାଇଙ୍କୁ ମୋ ଦଳକୁ ହୃଦୟର ସହ ସ୍ୱାଗତ କରୁଛି ଏବଂ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି।”

ଆସିଲା ଛାତ୍ର ସଂସଦ ନିର୍ବାଚନ ଫଳ: କେଉଁଠି କିଏ ମାରିଲା ବାଜି? ଜାଣନ୍ତୁ ଲାଇଭ୍‌ ଅପ୍‌ଡେଟ୍‌…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)