ରଙ୍ଗିନ ସାବୁନର ଫେଣ ଧଳା କାହିଁକି
ବଜାରରେ ଲାଲ୍, ସବୁଜ, ନୀଳ, ହଳଦିଆ ଆଦି କେତେ ରଙ୍ଗର ସାବୁନ ମିଳେ।
ସେ ସବୁ ସାବୁନ ଦେହରେ ଲଗାଇଲେ କି ଲୁଗା କାଚିଲେ ଧଳା ରଙ୍ଗର ଫେଣ ବାହାରେ।
ସାବୁନର ରଙ୍ଗ ଅନୁସାରେ ଫେଣ ବାହାରେ ନାହିଁ କାହିଁକି?
ଏହାର ବୈଜ୍ଞାନିକ କାରଣ ରହିଛି।
ସାବୁନ ଫେଣର ରଙ୍ଗ ମୁଖ୍ୟତଃ ଦୁଇଟି କାରଣ ଉପରେ ନିର୍ଭର କରେ, ସାବୁନ ପାଣିରେ ମିଶିଲେ ଏଥିରେ ଦିଆଯାଇଥିବା ରଙ୍ଗ-କଣିକା କିଭଳି ଆଚରଣ କରୁଛି?
ସାବୁନରୁ ଫେଣ ଆକାରରେ ବାହାରୁ ଥିବା ଫୋଟକା ଉପରେ ପଡୁଥିବା ଆଲୁଅ କିଭଳି ପ୍ରତିକ୍ରିୟା କରୁଛି?
Advertisment Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍ରେ ଛାଡ଼ିବା ନେଇ ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା ଓଦା ଲୁଗାପଟାରେ ସାବୁନ ଘଷିଲେ ଫେଣ ବାହାରେ।
ପ୍ରକୃତରେ ଫେଣ ହେଉଛି ଅସଂଖ୍ୟ ଫୋଟକାର ସମାହାର।
ପ୍ରତିଟି ଫୋଟକା ହେଉଛି ପବନ ପଶିଥିବା ଗୋଟିଏ ଗୋଟିଏ ସାବୁନପାଣି ପକେଟ୍ ବା ମୁଣା।
ଏହି ଫୋଟକାଗୁଡ଼ିକର ବଙ୍କାଳିଆ ଉପରିଭାଗରେ ଆଲୁଅ ପଡ଼ିଲେ ତାହା ଚାରିଆଡ଼କୁ ବିଛାଡ଼ି ହୋଇଯାଏ।
ଅସଲ କଥା ହେଉଛି, ବିଭିନ୍ନ ରଙ୍ଗର ଆଲୁଅ ମିଶିଲେ ଧଳା ଆଲୁଅ ସୃଷ୍ଟି ହୁଏ।
ରଙ୍ଗ ଥିଲେ ମଧ୍ୟ ଏହି ଆଲୁଅ ମଣିଷ ଆଖିକୁ ଧଳା ଦେଖାଯାଏ।
ଠିକ୍ ସେହିପରି, ସାବୁନ ଫେଣରେ ଆଲୁଅ ପଡ଼ି ଚାରିଆଡ଼କୁ ବିଛାଡ଼ି ହୋଇଯାଉଥିବାରୁ ମଣିଷ ଆଖିକୁ ସାବୁନ ଫେଣ ଧଳା ଦେଖାଯାଏ।
Medal winners: ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍ ସମ୍ବର୍ଦ୍ଧିତ ଆଉ ଗୋଟିଏ କାରଣ ହେଉଛି, ସାବୁନରେ ମିଶାଯାଇଥିବା ରଙ୍ଗର ବହଳତା।
ପ୍ରକୃତରେ ସାବୁନରେ ଅତି ହାଲୁକା ରଙ୍ଗ ଦିଆଯାଇଥାଏ।
କିନ୍ତୁ, କଠିନ ଅବସ୍ଥାରେ ସାବୁନର ହାଲୁକା ରଙ୍ଗ ଗାଢ଼ ଦେଖାଯାଏ।
ପାଣି ବାଜିଲେ ସାବୁନରୁ ଫେଣ ବାହାରେ।
ସେ ଫେଣରେ ବି ହାଲୁକା ରଙ୍ଗ ଥାଏ ମାତ୍ର ଧଳା ଆଲୁଅ ପଡୁଥିବାରୁ ସେ ରଙ୍ଗ ମଣିଷ ଦେଖିପାରେ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
