ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ
ଢେଙ୍କାନାଳ : ମେଡିକାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା । ଗତ ବିଳମ୍ବିତ ରାତି ପ୍ରାୟ ୪ଟା ବେଳେ ଢେଙ୍କାନାଳ ଟାଉନ ମୁଖ୍ୟ ହସ୍ପିଟାଲ ର ୪ର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ଓପିଡ଼ି ରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ଢେଙ୍କାନାଳ ଟାଉନ ଗାନ୍ଧି ମନ୍ଦିର ରୋଡ୍ ଅଞ୍ଚଳର ମନୋଜ ଦେହୁରୀ (୩୫) । ସେ ଦୁଇ ଦିନ ପୂର୍ବରୁ ଉଚ୍ଚ ରକ୍ତଚାପ ଏବଂ ବାତ ସମସ୍ୟା ପାଇଁ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ତେବେ ସେ କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ପଦକ୍ଷେପ ନେଲେ, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଏବଂ ପୋଲିସ ଘଟଣାର ତଦନ୍ତ କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
