ମୁରବିଶୂନ୍ୟ ବିଇଓ ଅଫିସ । ୩ ବର୍ଷ ହେଲା ଖାଲି ପଡ଼ିଛି ପଦବୀ
ନନ୍ଦିଘୋଷ ବ୍ୟୁରୋ : ମୁରବିଶୂନ୍ୟ ବିଇଓ ଅଫିସ । ୩ ବର୍ଷ ହେଲା ଖାଲି ପଡ଼ିଛି ପଦବୀ । ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଛନ୍ତି କର୍ମଚାରୀ । ସିଆରସିସି ଓ ଏବିଇଓଙ୍କ ଭରସାରେ ଚାଲିଛି କାମ ।… ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅବସ୍ଥା ନ କହିବା ଭଲ । ପରିସର ମଧ୍ୟରେ ଲତାବୁଦା ମାଡ଼ି ଗଲାଣି । ସ୍ଥାୟୀ ବିଇଓ ନଥିବାରୁ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ, ଶିକ୍ଷକ, ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ କାମ ହୋଇପାରୁନି । ଫଳରେ ସେମାନେ ନିରାଶ ହୋଇ ଫେରୁଛନ୍ତି । ଲାଞ୍ଚ ନ ଦେଲେ ବିଇଓଙ୍କ କାର୍ଯ୍ୟାଳୟରେ କାମ ହୁଏ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। …
କୃଷ୍ଣପ୍ରସାଦ ବିଇଓ ପଦବୀ ଖାଲି ପଡ଼ିଥିବା ବେଳେ କଣାସ ବିଇଓଙ୍କୁ ଏହାର ଅସ୍ଥାୟୀ ଦାୟିତ୍ଵ ମିଳିଛି । ହେଲେ ୩ ମାସ ହେବ ସେ କାର୍ଯ୍ୟାଳୟକୁ ଆସୁନାହାନ୍ତି । ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ାର ମାନ ଯାଞ୍ଚ କରିବା ପାଇଁ ନିଯୁକ୍ତ CRCC ମାନଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଛି । ହେଲେ କୃଷ୍ଣପ୍ରସାଦ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କିଛି ସିଆରସିସି ୧୦ ବର୍ଷ ଧରି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ସେହିପରି ବିଇଓଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ହାତବାରିସି କରି କିଛି ଶିକ୍ଷକ ବିଦ୍ୟାଳୟରେ ପାଠପଢ଼ାକୁ ଗୁରୁତ୍ୱ ଦେବା ବଦଳରେ କୋଚିଙ୍ଗ ସେଣ୍ଟରରେ ଶିକ୍ଷାଦାନ କରୁଥିବା ଅଭିଯୋଗ ହୋଇଛି। …
କେବେ କୃଷ୍ଣପ୍ରସାଦ ବ୍ଲକରେ ସ୍ଥାୟୀ ବିଇଓ ନିଯୁକ୍ତ ହେବେ ? କେବେ ସେଠାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ? ତା ଉପରେ ରହିଛି ସମସ୍ତଙ୍କ ନଜର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
