ପର୍ଯ୍ୟଟକଙ୍କ ଜୀବନ ସହ ଖେଳ
ନନ୍ଦିଘୋଷ ବ୍ୟୁରୋ : ପର୍ଯ୍ୟଟକଙ୍କ ଜୀବନ ସହ ଖେଳ । କୋଣାର୍କରୁ ଅସ୍ତରଙ୍ଗ- କାକଟପୁର ଯାଏଁ ଗଢ଼ି ଉଠିଛି ମାଳମାଳ ବେଆଇନ ହୋଟେଲ, ଲଜ୍, ଗେଷ୍ଟ ହାଉସ ଓ ମଣ୍ଡପ । ନା ଅଛି ଅଗ୍ନି ନିରାପତ୍ତା, ନା NOC । ଲଜରେ ଅନୈତିକ କାର୍ଯ୍ୟ ସାଙ୍ଗକୁ ନିଶା କାରବାର ହେଉଥିବା ଅଭିଯୋଗ ହେଉଛି । ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉନି।… କୋଣାର୍କ ସୂର୍ଯ୍ୟ ମନ୍ଦିର, ଅସ୍ତରଙ୍ଗ ଦେବୀ ମୁହାଁଣ, କାକଟପୁରର ମାଆ ମଙ୍ଗଳାଙ୍କୁ ପୀଠକୁ ରାଜ୍ୟର କୋଣ ଅନୁକୋଣରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଭିଡ଼କୁ ଦୃଷ୍ଟିରେ ରଖି କେବଳ କୋଣାର୍କରେ ୮୦ରୁ ଅଧିକ ହୋଟେଲ ବା ଲଜ୍ ନିର୍ମାଣ ହୋଇଛି । କାକଟପୁର, ଅସ୍ତରଙ୍ଗ ଓ ଚନ୍ଦ୍ରଭାଗାକୁ ମିଶାଇଲେ ସଂଖ୍ୟା ୩ ଶହ ପାର କରିବ । ଏଥିରୁ ୯୦ ପ୍ରତିଶତ ହୋଟେଲ ବେଆଇନ ଭାବେ ନିର୍ମାଣ ହୋଇଛି । …
C- FORM ନିୟମ ଅନୁଯାୟୀ ବିଦେଶୀ ପର୍ଯ୍ୟଟକ ଓ ଦେଶ ତଥା ରାଜ୍ୟର ଅତିଥିଙ୍କ ସଂପୂର୍ଣ୍ଣ ଡାଟା ପ୍ରତିଦିନ ଥାନାରେ ଦାଖଲ କରିବା ବାଧ୍ୟତାମୂଳକ । ହେଲେ ଏଠି ତାହାର ବ୍ୟତିକ୍ରମ ଦେଖାଦେଇଛି । ବିନା ଆଧାରରେ, ବିନା ବୟସ ଯାଞ୍ଚରେ ଛୋଟ ପିଲାଙ୍କୁ ରୁମ୍ ଦିଆଯାଉଛି । ଅନେକ ମହିଳା ରାତିରେ ଲଜରେ ରହୁଛନ୍ତି । ଅତିଥି ରେଜିଷ୍ଟର କେବଳ କାଗଜ ପତ୍ରରେ ଚାଲିଛି, ବାସ୍ତବରେ ସବୁ ଫାଙ୍କା । ଯଦି କୌଣସି ଅପରାଧୀ ଲୁଚି ରହେ ତାହେଲେ ଟ୍ରେସ କରିବ କିଏ ? ଗୋଟିଏ ନିଆଁ, ଗୋଟିଏ ଅଘଟଣ ଶହ ଶହ ଜୀବନ ନେଇପାରେ । କିନ୍ତୁ ପୋଲିସ ଓ ପୁରୀ ଜିଲ୍ଲା ପ୍ରଶାସନ କାହିଁକି ଚୁପ୍ ? ଘଟଣା ପଛରେ ମୋଟା ଅଙ୍କର ଟଙ୍କା କାରବାର ନାହିଁ ତ ?
କେବେ ପ୍ରଶାସନର ନିଦ ଭାଙ୍ଗୁଛି ? କେବେ ବେଆଇନ ସାମ୍ରାଜ୍ୟ ଉପରେ ଚାଲିବ ବୁଲଡୋଜର ? ତାହା ଦେଖିବାକୁ ବାକି ରହିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
