Landslide And Flood: କେରଳମ୍‌ରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୬ ମୃତ

Sep 21, 2026 - 17:23
Landslide And Flood: କେରଳମ୍‌ରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୬ ମୃତ

"କୋଚି: କେରଳମ୍‌ରେ ସୋମବାର ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଅନେକ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି।

ଇଡୁକ୍କି ଓ ମାଲାପ୍ପୁରମ୍‌ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି।

ରବିବାର ଇଡୁକ୍କିର ଭଟ୍ଟାଭାଡାର କୋଟ୍ଟାକାମ୍ବୁରରେ ଭୂସ୍ଖଳନ ଓ ବନ୍ୟା ଆସିବା ଯୋଗୁ ଅତି କମ୍‌ରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା।

ଆଦିମାଲିର ପାଝାମପାଲ୍ଲିଚଲରେ ଆଉ ଏକ ବଡ଼ଧରଣ ଭୂସ୍ଖଳନ ଘଟିଛି।

ଭୂସ୍ଖଳନ ଯୋଗୁ ଗୋଟିଏ ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ପ୍ରଭାବିତ ଅଞ୍ଚଳରେ ପଡ଼ିରହିଥିବା ଧ୍ବଂସାବଶେଷ ହଟେଇବାକୁ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।

ଦୁର୍ବଳ ସ୍ଥାନରେ ରହୁଥିବା ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ଭଟ୍ଟାଭଡାର କୋଟ୍ଟାକମ୍ବୁରରେ ଭୂସ୍ଖଳନ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଓ ଜଣେ ଆହତ ହୋଇଥିଲେ।

ଇଡୁକ୍କି ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଅନୁପ ଜାକୋବ ଏମିତି ପାଗରେ ପର୍ଯ୍ୟଟକଙ୍କୁ ଇଡୁକ୍କି ନ ଆସିବା ପାଇଁ ଅନୁରୋଧ କରିଛନ୍ତି।Advertisment ଆଦିମାଲିର ପାଝାମପାଲ୍ଲିଚଲରେ ଭୂସ୍ଖଳନ କେରଳମ୍‌ ମୁଖ୍ୟମନ୍ତ୍ରୀ ଭିଡି ସତୀସନ୍ ଆଜି ମାଲାପ୍ପୁରମ୍‌ ଜିଲ୍ଲାର ପୁକ୍କୋଟୁମ୍ପଡମ୍ ସ୍ଥିତ ଟିକେ କଲୋନି ପରିଦର୍ଶନ କରିବାକୁ ଯାଉଛନ୍ତି, ଯେଉଁଠାରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମୃତକଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଦେବେ।

ରବିବାର ସନ୍ଧ୍ୟାରେ ମାଲାପ୍ପୁରମ୍‌ ଜିଲ୍ଲାରେ କୋଟ୍ଟାପ୍ପୁଝା ନଦୀରେ ବନ୍ୟା ଆସି ଚୋକଡ୍ଡ-ନିଲାମ୍ବୁର ଅଞ୍ଚଳରେ ଅନେକ ଲୋକ ଭାସି ଯାଇଛନ୍ତି।

ନିଖୋଜ ଲୋକଙ୍କୁ ଖୋଜିବାକୁ ଏନ୍‌ଡିଆର୍‌ଏଫ୍‌ ସହାୟତାରେ ରାଜ୍ୟ ସରକାର ତଲାସି ଅଭିଯାନ ଚଳାଇଛନ୍ତି।

ନିଲାମ୍ବୁରର କଂଗ୍ରେସ ବିଧାୟକ ଆର୍ଯ୍ୟଦାନ ସୌକଥ କହିଛନ୍ତି ଯେ, ପାହାଡ଼ ଅଞ୍ଚଳରେ ପ୍ରବଳ ବର୍ଷା ପରେ ବନ୍ୟା ଆସିଥିଲା ​​ଓ କୋଟ୍ଟାପ୍ପୁଝା ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା।

Prakash Raj: ବିଜୟଙ୍କ ସରକାରକୁ ଅତିକମରେ ବର୍ଷେ ସମୟ ମିଳିବା ଦରକାର, ୧୨୦ ଦିନରେ ଆକଳନ କରିବା ଭୁଲ୍‌: ପ୍ରକାଶ ରାଜ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)