ମିଛ ଅଭିଯୋଗ ର ଜବାବ ଦିଆଯିବ - ନବୀନ

Nov 23, 2026 - 12:47
ମିଛ ଅଭିଯୋଗ ର ଜବାବ ଦିଆଯିବ - ନବୀନ

ଭୁବନେଶ୍ୱର : ବିଦେଶ ଗସ୍ତ ନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୀବ୍ର ପ୍ରତିକ୍ରିୟା । ତାଙ୍କ ବିଦେଶ ଗସ୍ତକୁ ନେଇ ଚାଲିଥିବା ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ "ମିଛ ଅଭିଯୋଗର ଉଚିତ୍ ଜବାବ ଦିଆଯିବ"।

ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ବିଦେଶ ଗସ୍ତ ଅତ୍ୟନ୍ତ ସୀମିତ ଥିଲା ଏବଂ ସେ କେବଳ ଓଡ଼ିଶାର ସ୍ୱାର୍ଥ ଓ ବିକାଶ ପାଇଁ ବିଦେଶ ଯାଇଥିଲେ । ମୁଁ ଓ ମୋ ଅଫିସରଙ୍କ ବିଦେଶ ଗସ୍ତକୁ ନେଇ ମିଥ୍ୟା ଅଭିଯୋଗ ଅଣାଯାଇଛି । ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ । ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିରୋଧୀ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ବିଳମ୍ବ କରିବାର ଆଶଙ୍କା ରହିଛି ବୋଲି କହିଛନ୍ତି ନବୀନ । ଏ ସଂକ୍ରାନ୍ତରେ ବିଜେପି ର ପ୍ରତିକ୍ରିୟା ମିଳିପାରି ନାହିଁ  ।

ସୂଚନାନୁସାରେ, ନଭେମ୍ବର ୨୧, ୨୦୨୬ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୨-୨୩ ଏବଂ ୨୦୨୩-୨୪ ମଧ୍ୟରେ ନବୀନ ପଟ୍ଟନାୟକ, ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ ଏବଂ ଆଇପିଏସ୍ ଅଧିକାରୀ ରବି କାନ୍ତଙ୍କ ବିଦେଶ ଗସ୍ତ (ଜାପାନ ଏବଂ ଇଟାଲୀ) ଖର୍ଚ୍ଚ ଓ ପ୍ରୋଟୋକଲ୍ ସମ୍ପର୍କିତ ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଏସ୍.କେ. ବଶିଷ୍ଠଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)