ମା' ମଝିଘରିଆଣୀଙ୍କୁ ହୁଣ୍ଡୀ ଗଣତି ଆରମ୍ଭ

ରାୟଗଡା : ରାୟଗଡା ଜିଲ୍ଲା ମା' ମଝି ଘରିଆଣୀଙ୍କ ଦାନ ହୁଣ୍ଡୀ ଗଣତି ଆରମ୍ଭ ହୋଇଛି । ୯ଟି ଦାନ ହୁଣ୍ଡୀ ଗଣତି କରୁଛନ୍ତି ୨୫୦ମହିଳା ସ୍ବେଚ୍ଛାସେବୀ । ଆଜି ସକାଳ ୯ଟା ରୁ ଗଣତି ଆରମ୍ଭ ହୋଇଥିବା ବେଳେ , ମାଜିଷ୍ଟ୍ରେଟ ତଥା ରାୟଗଡ଼ା ତହସିଲ କର୍ମଚାରୀ ଓ ପୁଲିସ ଏବଂ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକାଙ୍କ ସହିତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଅଛନ୍ତି ।
ମାଙ୍କ ମନ୍ଦିରକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ,ଅନ୍ୟାନ୍ୟ ରାଜ୍ୟ ଓ ବିଶେଶରେ ରହୁଥିବା ଭକ୍ତମାନେ ଆସି ଦାନ ହୁଣ୍ଡିରେ ଦାନ ଦେଇଥାନ୍ତି । ଗତ ଜାନୁଆରୀ ମାସ ୧୯ ତାରିଖରେ ହୋଇଥିବା ଗଣିତରେ ନଗଦ ଏକ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ବାହାରିଥିଲା । ସେହିଭଳି ୩୦ ଗ୍ରାମ ସୁନା ଓ ୨ କିଲୋ ୧୫୦ ଗ୍ରାମ ରୁପା ବାହାଥିଲା । ମନ୍ଦିରର ଦାନ ହୁଣ୍ଡିରୁ ବିଦେଶୀ ମୁଦ୍ରା ବାହାରିଥାଏ । ବିଦେଶରେ ରହୁଥିବା ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଏହି ସବୁ ବିଦେଶୀ ଟଙ୍କା ହୁଣ୍ଡିରେ ଦାନ ଆକାରରେ ପକାଇଥାନ୍ତି । ଆଜିର ସଂଗୃହୀତ ଦାନ ରାଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସହାୟତା କରିଥିବା ବେଳେ ସଂଗୃହୀତ ରାଶି ମା ମଝିଘରିଆଣୀ ଟ୍ରଷ୍ଟ ନାମରେ ଖୋଲାଯାଇଥିବା ଗ୍ରାମୀଣ ବ୍ୟାଙ୍କର ଖାତାରେ ଜମା କରାଯିବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ରାଇସିଂ ବିଡ଼ିକା ସୂଚନା ଦେଇଛନ୍ତି ।