ମା‘ଙ୍କୁ ଲାଗି ହେଲା ମାଛ ଭୋଗ..

Oct 20, 2026 - 19:31
ମା‘ଙ୍କୁ ଲାଗି ହେଲା ମାଛ ଭୋଗ..

ନନ୍ଦିଘୋଷ ବ୍ୟୁରୋ:  ମହାମାୟାଙ୍କ ମହାନବମୀ । ମଣ୍ଡପରେ ଖଚାଖଚ ଭିଡ଼ । ମାଆଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ଶ୍ରଦ୍ଧାଳୁ । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ପାଇଁ ପୋଲିସର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ଲାଗିଛି ଲୋକଙ୍କ ଗହଳି । ନବମୀ ପୁଜା ପାଇଁ ଶ୍ରଦ୍ଧାଳୁ ମାଆ ଦୁର୍ଗାଙ୍କ ନିକଟରେ ପୂଜା କରିବା ସହ ଆଶିଷ ନେଉଛନ୍ତି । ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ଶୈବପୀଠ ସହ ଭିତରେ ସର୍କସ ଥିମ ଥିବା ତୋରଣରେ ପୂଜା ପାଉଛନ୍ତି ମାଆ । ରସୁଲଗଡ଼ ପୂଜା ମଣ୍ଡପରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ରସୁଲଗଡ଼ ପୂଜା ମଣ୍ଡପ ୩୪ ବର୍ଷରେ ପଦାର୍ପଣ କରିଛି । ଏଥର ବିଶ୍ୱପ୍ରସିଦ୍ଧ ଭାଟିକାନ୍ ସିଟିର ସ୍ଥାପତ୍ୟ ଶୈଳୀକୁ ଆଧାର କରି ଏଠାରେ ତିଆରି ହୋଇଛି ବିଶାଳ ତୋରଣ । ସେପଟେ ଶାସ୍ତ୍ରୀ ନଗର ମହାବୀର ପୂଜା କମିଟି ଚଳିତବର୍ଷ ଷଷ୍ଠ ବର୍ଷରେ ପାଦ ଦେଇଥିବାରୁ ଏଠାରେ ପୂଜା ପାଉଛନ୍ତି ପଞ୍ଚମୁଖୀ ମହାବୀର ହନୁମାନ । ପଣ୍ଡିତଙ୍କ ହନୁମାନ ଚାଳିଶା ପାଠରେ ପ୍ରକମ୍ପିତ ହେଉଛି ପରିବେଶ ।

କଟକ ଦୁର୍ଗାପୂଜା ନବମୀର ଅନ୍ୟତମ ଆକର୍ଷଣ ହେଉଛି ମାଛ ଭୋଗ । ପ୍ରତିବର୍ଷ ମାଆଙ୍କ ପାଖରେ ଚାନ୍ଦିନୀଚୌକ ପୂଜା ମଣ୍ଡପ ପକ୍ଷରୁ ୧୦ ହଜାର ଲୋକଙ୍କ ପାଇଁ ଏହି ମାଛ ଭୋଗ ହୋଇଥାଏ । ୧୦ କ୍ବିଣ୍ଟାଲ ମାଛ, ୧୦ କ୍ବିଣ୍ଟାଲ ପରିବା, ପାଣି କଖାରୁରେ କାନିକା, ମାଛ ତରକାରୀ ଓ ମିଠା ପାଣି କଖାରୁ ଖଟା ହୋଇ ମାଆଙ୍କ ପାଖରେ ଭୋଗ ଲାଗେ । ସେପଟେ କଟକ ହରିପୁର ଦୋଳମୁଣ୍ଡାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ଆଜି ଦେବୀ ଦୁର୍ଗାଙ୍କ ନବମୀ ପୂଜାରେ କୁମାରୀ ପୂଜନ ଅନୁଷ୍ଠିତ ହୋଇଛି । ନବମୀ ଅବସରରେ କିଛି ପୂଜା ମଣ୍ଡପରେ ଆଜି ଦହି ପଖାଳ ଭୋଗ ଲାଗି ହେଉଛି । କଟକ ନୟାସଡ଼କ ସ୍ଥିତ ମାରୱାଡ଼ି ସମାଜର ପୂଜା ମଣ୍ଡପ ଶୋଭା ପାଉଛି ନେପାଳର ପ୍ରସିଦ୍ଧ ପଶୁପତିନାଥ ଶିବ । ମଣ୍ଡପରେ ମହାଦେବଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ ।

ଦୁର୍ଗାପୂଜା ମଣ୍ଡପରେ ନାରୀ ସୁରକ୍ଷା ଓ ନାରୀ ନିର୍ଯାତନା ବିରୋଧରେ ସଚେତନତାର ବାର୍ତ୍ତା ଦେଇଛି ବଲାଙ୍ଗୀର ସାଗରପଡ଼ା ଏସ୍ସିଏ କ୍ଲବ I ଆକର୍ଷଣୀୟ ତୋରଣ ଓ ଚିତ୍ରକଳା ମାଧ୍ୟମରେ ସମାଜକୁ ଦେଖାଇଛି ବାସ୍ତବତାର ଚିତ୍ର । ଟେରାକୋଟା କଳା, ଚିତ୍ରକଳା ଓ ଆକର୍ଷଣୀୟ ସାଜସଜ୍ଜା ମାଧ୍ୟମରେ କନ୍ୟାଭ୍ରୂଣ ହତ୍ୟା, ଏପରିକି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ଚିତ୍ରକଳା ମାଧ୍ୟମରେ ଏଭଳି ସାମାଜିକ ସମସ୍ୟାକୁ ଲୋକଙ୍କ ସାମ୍ନାକୁ ଅଣାଯାଇଛି ।ଆସନ୍ତାକାଲି ମଣ୍ଡପରେ ବିଜୟା ଦଶମୀ ଥିବାବେଳେ ଆଜି ମଣ୍ଡପରେ ନବରାତ୍ରି ପୂଜା ସରିବା ପରେ ବିଶ୍ରାମ ରହିଛି  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)