ମନ୍ଦିରରୁ ଚୋରି ଉଦ୍ୟମ କରି ଦୁର୍ବୃତ୍ତ ବିଫଳ
ନନ୍ଦିଘୋଷ ବ୍ୟୁରୋ :ସୋନପୁର ଖମ୍ବେଶ୍ୱରୀ ମନ୍ଦିରରୁ ଚୋରି ଉଦ୍ୟମ ଅଭିଯୋଗ । ମନ୍ଦିର ଭିତରେ ପଶିବା ପରେ ସକାଳ ଯାଏ ସେଠାରେ ଶୋଇ ପଡ଼ିଥିଲେ ଜଣେ ଯୁବକ । ସକାଳୁ ପୂଜକ ମନ୍ଦିରକୁ ଆସି ଯୁବକଙ୍କୁ ଦେଖି ସନ୍ଦେହ କରିଥିଲେ । ପରେ ମନ୍ଦିର କମିଟିକୁ ଜଣାଇବା ସହ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ସୋନପୁର ପୋଲିସ ମନ୍ଦିରରେ ପହଞ୍ଚି ଯୁବକଙ୍କୁ ଧରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ କାହିଁକି ମନ୍ଦିରରେ ପଶିଥିଲେ ଏବଂ ପ୍ରକୃତରେ ଚୋରି ଉଦ୍ୟମ ହୋଇଥିଲା କି ନାହିଁ, ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
