ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବିଜେପିକୁ ବାଣ ମାରିଲେ ଜୟନାରାୟଣ, କହିଲେ- ମୁଁ ବରିଷ୍ଠ ନୁହେଁ ଅବଶିଷ୍ଟ
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବିଜେପିକୁ ବାଣ ମାରିଲେ ଜୟନାରାୟଣ, କହିଲେ- ମୁଁ ବରିଷ୍ଠ ନୁହେଁ ଅବଶିଷ୍ଟ
ନନ୍ଦିଘୋଷ ବ୍ୟୁରୋ: ପୁଣି ନିଜ ଦଳକୁ ଟାର୍ଗେଟ କଲେ ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ନିଜର ପ୍ରତିକ୍ରିୟା ରଖିବା ସହ rଳରେ ଅଣଦେଖା କରାଯିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ଓଡିଶା ବିଜେପିର ସବୁଠାରୁ ପୁରୁଣା କର୍ମୀ । ମୋ ଠାରୁ ପୁରୁଣା କେହି ନାହାନ୍ତି । ହେଲେ ବିଜେପି ଦଳ ମୋତେ ଗୁରୁତ୍ଵ ଦେଇନାହିଁ ।
ଆଗକୁ ସେ କହିଛନ୍ତି, ମୁଁ ବରିଷ୍ଠ ନୁହେଁ ଅବଶିଷ୍ଟ ଭିତରେ ଆସୁଛି । ୧୧ ଜଣ ଖେଳାଳି ଭିତରେ ମୁଁ ନାହିଁ, ମୁଁ ଏକ୍ସଟ୍ରା ଖେଳାଳି । ଦଳ ଯୋଗ୍ୟତା ସମ୍ପନ୍ନ ବୋଲି ଭାବିଲା ନାହିଁ ବୋଲି ମନ୍ତ୍ରୀ କରାଗଲା ନାହିଁ ।
ସୂଚନାଯୋଗ୍ୟ, ବିଜେଡି ସହ ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ବେଳେ ୩ ଥର ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଥିବା ସେ କହିଛନ୍ତି । ଏହାସହ ଓଡ଼ିଶାରେ ୧୮ଟି ପୋର୍ଟ ହେବା କଥା ବୋଲି ରାଉରକେଲା ଗସ୍ତ ଅବସରରେ ସେ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
