ଭାରତ ଆସିବେ ମାର୍କୋ ରୁବିଓ, ଶକ୍ତି ଓ ବାଣିଜ୍ୟ ଉପରେ ଫୋକସ୍

Oct 14, 2026 - 07:58
ଭାରତ ଆସିବେ ମାର୍କୋ ରୁବିଓ, ଶକ୍ତି ଓ ବାଣିଜ୍ୟ ଉପରେ ଫୋକସ୍

ନନ୍ଦିଘୋଷ ବ୍ୟୁରୋ: ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ୫ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଶନିବାର ଦିନ ଭାରତରେ ପହଞ୍ଚିବେ ରୁବିଓ। ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ଏହି ଗସ୍ତ ଉଦ୍ଦିଷ୍ଟ। ଶକ୍ତି, ସହଭାଗିତା, କୌଶଳଗତ ସମ୍ପର୍କ, ବ୍ୟାବସାୟିକ ନିବେଶ ଆଦି ସମ୍ପର୍କରେ ଦୁଇ ଦେଶ କରିବେ ଆଲୋଚନା। ଦୁଇ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ଓ ବ୍ୟାବସାୟିକ ପ୍ରତିନିଧି ଆଲୋଚନାରେ ଭାଗ ନେବେ। ଅକ୍ଟୋବର ୧୭ରୁ ୨୨ ଯାଏ ସେ ମୁମ୍ବାଇ ଓ ଜାମନଗର ଗସ୍ତ କରିବେ। ଉଜବେକିସ୍ତାନ ଗସ୍ତ ଶେଷ କରି ସେ ଭାରତ ଆସିବେ। ଚଳିତ ବର୍ଷ ରୁବିଓଙ୍କ ଏହା ହେବ ଦ୍ବିତୀୟ ଭାରତ ଗସ୍ତ। ପଶ୍ଚିମ ଏସିଆରେ ଉତ୍ତେଜନା ଥମି ନଥିବାବେଳେ ଭାରତରେ ଦେଖାଦେଇଥିବା ଶକ୍ତି ସଙ୍କଟର ମୁକାବିଲା ଲାଗି ଏହି ଗସ୍ତ କାଳରେ ଆଲୋଚନା ହେବା ସମ୍ଭାବନା ରହିଛି। ଭାରତ ଓ ୱାଶିଂଟନ ମଧ୍ୟରେ ଶକ୍ତି ଓ ବାଣିଜ୍ୟ ଆଲୋଚନା ଉପରେ ଦୁଇ ଦେଶର ନଜର ରହିଛି। ରୁଷଠାରୁ ତୈଳ କ୍ରୟ କରୁଥିବା ରାଷ୍ଟ୍ର ଉପରେ ଆମେରିକାର ୧୦୦ ପ୍ରତିଶତ ଟାରିଫ ଲାଗୁ ଧମକ ପ୍ରସଙ୍ଗରେ ବି ଏହି ଗସ୍ତ କାଳରେ ଆଲୋଚନା ହେବା ସମ୍ଭାବନା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)