ଯୌନ ନିର୍ଯାତନା ଅଭିଯୋଗ, ICC ରିପୋର୍ଟ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍‌

Oct 14, 2026 - 07:58
ଯୌନ ନିର୍ଯାତନା ଅଭିଯୋଗ, ICC ରିପୋର୍ଟ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍‌

ବାଲେଶ୍ୱର: ବାଲେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଡିଭିଜନ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ହେଲେ ବାଲେଶ୍ୱର ଡିଭିଜନର ପ୍ରୋଜେକ୍ଟ ମ୍ୟାନେଜର ସୌମ୍ୟକାନ୍ତ ମହାନ୍ତି। କାର୍ଯ୍ୟାଳୟ ଭିତରେ ଘଟିଥିବା ଏହି ସଙ୍ଗୀନ ମାମଲାରେ ତଦନ୍ତ କମିଟିର ରିପୋର୍ଟ ସତ୍ତ୍ୱେ ଅଭିଯୁକ୍ତ ଅଧିକାରୀଙ୍କ ପ୍ରତି କର୍ତ୍ତୃପକ୍ଷଙ୍କ ଅହେତୁକ ଅନୁକମ୍ପା ଏବେ ପ୍ରଶାସନିକ ବ୍ୟବସ୍ଥାର ଉଦାସୀନତାକୁ ପଦାରେ ପକାଇଛି। ବାଲେଶ୍ୱର ଡିଭିଜନରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ପ୍ରୋଜେକ୍ଟ ମ୍ୟାନେଜର ସୌମ୍ୟକାନ୍ତ ମହାନ୍ତି ରାତି ଅଧରେ ଅଶ୍ଳୀଳ ମେସେଜ୍ ପଠାଇବା ସହ ଚାମ୍ବରକୁ ଡାକି ମଦ୍ୟପାନ ଅବସ୍ଥାରେ ଅସଦାଚରଣ ଓ ଯୌନ ନିର୍ଯାତନା ଦେଇଥିବା ନେଇ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ଅଭିଯୋଗ ଉଠିଥିଲା। ଏହା ପରେ ୧୫ ଜାନୁଆରୀ ୨୦୨୬ରେ ପୀଡ଼ିତା ଭୁବନେଶ୍ୱରସ୍ଥିତ ସିଏମ୍‌ଡିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଫେବୃଆରୀ ମାସରେ ଅନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।

ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରିବା ପରେ ୭ ମାର୍ଚ୍ଚ ୨୦୨୬ରେ ପ୍ରଦାନ କରାଯାଇଥିବା ଅନ୍ତିମ ରିପୋର୍ଟରେ ପୀଡ଼ିତାଙ୍କ ଅଭିଯୋଗ ସତ୍ୟ ଏବଂ ପୋଶ୍ ଆକ୍ଟ, ୨୦୧୩ ଅଧୀନରେ ଦଣ୍ଡନୀୟ ବୋଲି ପ୍ରମାଣିତ ହୋଇଥିଲା। କମିଟି ପକ୍ଷରୁ ଅଭିଯୁକ୍ତ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ସହ ପୀଡ଼ିତାଙ୍କୁ ନିୟମିତ ଦରମା ଦେଇ କାର୍ଯ୍ୟରେ ଯୋଗ ଦେବାକୁ ସୁପାରିଶ କରାଯାଇଥିଲା। ମାତ୍ର କର୍ତ୍ତୃପକ୍ଷ ଏହି ରିପୋର୍ଟ ଉପରେ କୌଣସି ପଦକ୍ଷେପ ନ ନେଇ ଚାପି ରଖିଥିବା ବେଳେ ପୀଡ଼ିତା ସୂଚନା ଅଧିକାର ଆଇନର ଆଶ୍ରୟ ନେଇ ଦୀର୍ଘ ୫ ମାସ ପରେ ଗତ ଅଗଷ୍ଟ ୧୦ ତାରିଖରେ ରିପୋର୍ଟର ନକଲ ହାସଲ କରିଥିଲେ। ଘଟଣାକୁ ୧୦ ମାସ ବିତିଯାଇଥିଲେ ବି ଅଭିଯୁକ୍ତ ପ୍ରୋଜେକ୍ଟ ମ୍ୟାନେଜରଙ୍କ ବିରୋଧରେ କୌଣସି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)