ବ୍ରଜରାଜ ନଗରରେ ଏନକାଉଣ୍ଟର
ଝାରସୁଗୁଡା : ବ୍ରଜରାଜନଗର ଅଞ୍ଚଳରେ ପୋଲିସର ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷକୁ ଏନକାଉଣ୍ଟର କରିଛି ପୁଲିସ । ଅଙ୍କିତ ର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଗତ ବିଳମ୍ବିତ ରାତିରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ ନଦୀ ଘାଟରେ ପୁଲିସ ଏନକାଉଣ୍ଟର୍ କରିଥିବା ସୂଚନା ମିଳିଛି । ଅଙ୍କିତ ନାଁରେ ୭ଟି ସଙ୍ଗୀନ ମାମଲା ରହିଛି ।
ସୂଚନାନୁସାରେ, ଇବ ନଦୀ ଓପିଏମ୍ ଘାଟ ନିକଟରେ କିଛି ଦୁର୍ବୃତ୍ତ ଅପରାଧିକ ଷଡ଼ଯନ୍ତ୍ର କରୁଥିବା ନେଇ ଖବର ମିଳିବା ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳିଚାଳନା କରିବାକୁ ଉଦ୍ୟମ କରିଥିବାରୁ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ଅଙ୍କିତଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଆହତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଙ୍କିତ ଘୋଷ ପୂର୍ବରୁ ହତ୍ୟା, ଡକାୟତି ସମେତ ମୋଟ ୭ଟି ବିଭିନ୍ନ ଆପରାଧିକ ମାମଲାରେ ଅଭିଯୁକ୍ତ ଥିଲେ । ତାଙ୍କ ନାଁ ରେ ବିଭିନ୍ନ ଥାନାରେ ମାମଲା ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।